Latest Odisha News

କେନ୍ଦ୍ର ମନା କରୁଛି ମୁମ୍ବାଇରୁ ଚିହ୍ନଟ ସଂକ୍ରମିତ ଏକ୍ସଇ ଭେରିଏଣ୍ଟ ନୁହଁ, ମୁମ୍ବାଇ ଏବେ ମାସ୍କ-ଫ୍ରି

ମାସ୍କକୁ ନେଇ ବଦଳୁଛି ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ମତ, ନିୟମ ହଟେଇବା ପରେ ବି କହିଲେ ସମସ୍ତେ ମାସ୍କ ପିନ୍ଧ

ମୁମ୍ବାଇ: କରୋନା ସଂକ୍ରମଣ ପ୍ରାୟ କମି ଆସୁଥିବା ବେଳେ ହଠାତ୍ ମୁମ୍ବାଇରୁ ଆସିଲା ନୂଆ ଭେରିଏଣ୍ଟ ଖବର । ସଙ୍ଗେସଙ୍ଗେ ସାରା ଦେଶରେ ଖେଳିଗଲା ଖବର । ନୂଆ ଭେରିଏଣ୍ଟକୁ ନେଇ ଲୋକେ ହଠାତ୍ ଚିନ୍ତିତ ହୋଇପଡ଼ିଲେ । ତେବେ ଅଧିକାଂଶ ଲୋକେ ଟୀକା ନେଇଥିବାରୁ ଡର ଟିକେ କମ୍ । ତେବେ କରୋନା ସଂକ୍ରମଣ ଭାରତରେ ବ୍ୟାପିବା ଦିନରୁ ମୁମ୍ବାଇ ସର୍ବାଗ୍ରେ । ବୁଧବାର ନୂଆ ଭେରିଏଣ୍ଟ ଏକ୍ସଇ ମଧ୍ୟ ମୁମ୍ବାଇରୁ ଚିହ୍ନଟ ହୋଇଛି ।

ତେବେ ଏପ୍ରିଲ ପହିଲାରୁ ମୁମ୍ବାଇରେ ମାସ୍କ ବ୍ୟବହାର ବାଧ୍ୟତାମୂଳକା ନୁହେଁ ବୋଲି ବିଏମସି ଘୋଷଣା କରିଛି । ଘୋଷଣା ହେବାର ସପ୍ତାହେ ବି ହୋଇନି । ରାଜ୍ୟରେ ଚିହ୍ନଟ ହୋଇଗଲା ନୂଆ ଭେରିଏଣ୍ଟ । ଦେଶରେ ପ୍ରଥମ ଏକ୍ସଇ ସଂକ୍ରମିତ ମହିଳା ଏବେ ସୁସ୍ଥ ଥିବା ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଆଦିତ୍ୟ ଠାକରେ । ଆଦିତ୍ୟ କହିଛନ୍ତି ଯେ, ସଂକ୍ରମିତଙ୍କ ଠାରେ କୌଣସି ଗୁରୁତର ଲକ୍ଷଣ ନାହିଁ । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ ମଧ୍ୟ ନେଗେଟିଭ ଚିହ୍ନଟ ହୋଇଛନ୍ତି ।

ସେପଟେ, ମୁମ୍ବାଇରୁ ଚିହ୍ନଟ ହୋଇଥିବା ଏହି ନୂଆ ଭେରିଏଣ୍ଟଏକ୍ସଇ ନୁହେଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମନା କରିଛି ଯେ, ଏହା ଏକ୍ସଇ ଭେରିଏଣ୍ଟ ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମୂଳ ନାହିଁ ଏହାକୁ ଏକ୍ସଇ ଭେରିଏଣ୍ଟ ଭାବେ ଚିହ୍ନଟ କରିବା ପାଇଁ ।

ମହାରାଷ୍ଟ୍ର ସରକାର ନିଜେ ମାସ୍କ ବ୍ୟବହାର ନିୟମ ଉଠାଇଥିବା ବେଳେ, ଉଦ୍ଧବ ଏହାକୁ ନେଇ ଭିନ୍ନ ମତ ରଖିଥିଲେ । ଏକ ମେଟ୍ରୋରେଲ ଉଦଘାଟନ ବେଳେ ଉଦ୍ଧବ କହିଥିଲେ, ଯେ ପର୍ଯ୍ୟନ୍ତ ସେ ଆଉ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପୱାର ମାସ୍କ ପିନ୍ଧୁଛନ୍ତି । ଅନ୍ୟମାନେ ମଧ୍ୟ ସେତିକି ଦିନ ଯାଏଁ ମାସ୍କ ପିନ୍ଧିବା ଉଚିତ୍ ।

ଗତବର୍ଷ ସ୍ୱାଧୀନତା ଦିବସ ପାଳନ ବେଳେ କିନ୍ତୁ ଉଦ୍ଧବ ଏହାର ଓଲଟା ମତ ରଖିଥିଲେ । ସେ କହିଥିଲେ ଯେ, କରୋନା ସତର୍କତା ବେଶ ଗୁରୁତ୍ୱର ସହ ପାଳନ କରିବା ଦରକାର । ଯେପରି ଆସନ୍ତା ବର୍ଷ ଅର୍ଥାତ ଚଳିତ ବର୍ଷ ୨୦୨୨ରେ ବିନା ମାସ୍କରେ ସ୍ୱାଧୀନତା ଦିବସ ପାଳନ କରିହେବ । ହେଲେ ଏବେ, ସ୍ୱାଧୀନତା ଦିବସର ସାଢ଼େ ତିନି ମାସ ଆଗରୁ ଉଦ୍ଧବ ମତ ବଦଳେଇ ଦେଇଛନ୍ତି । ଭେରିଏଣ୍ଟ ବଦଳିଲା ଭଳି ଉଦ୍ଧବଙ୍କ ମତ ମଧ୍ୟ ବଦଳି ଚାଲିଛି ।

Comments are closed.