ଭୁବନେଶ୍ୱର: ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କରିନାହାଁନ୍ତି ରାଜ୍ୟ ସରକାର । ଅର୍ଥାତ୍ ପୂର୍ବଭଳି ସାରା ରାଜ୍ୟରେ ରାତି ୭ରୁ ସକାଳ ୭ ଯାଏ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ଜରୁରୀ ସେବାକୁ ବାଦ ଦେଲେ ସମସ୍ତ ପ୍ରକାରର ସେବାକୁ ବନ୍ଦ ରଖାଯିବ । ୩୦ ଜୁନ୍ ଯାଏ ଏହି କଟକଣା ଜାରି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
ପୂର୍ବରୁ ରାଜ୍ୟରେ ସନ୍ଧ୍ୟା ୭ରୁ ସକାଳ ୭ ଯାଏ କର୍ଫ୍ୟୁ କଟକଣା ରହିଥିଲା । ତେବେ କେନ୍ଦ୍ର ସରକାର, ଅନଲକ -୧ରେ ଏହାକୁ ରାତି ୯ଟାରୁ ଭୋର ୫ଟା ଯାଏ ଲାଗୁ କରିଥିଲେ । ରାଜ୍ୟ ସରକାର କିନ୍ତୁ ନାଇଟ କର୍ଫ୍ୟୁ ସମୟ ରାତି ୭ରୁ ସକାଳ ୭ ଯାଏ ବଳବତ୍ତର ରଖିଛନ୍ତି ।
Comments are closed.