ଭୁବନେଶ୍ବର: ବିଜେବି କଲେଜର ପୁରାତନ ଛାତ୍ର ସଂସଦ ‘ବିଜେବି ଫ୍ରେଣ୍ଡସ୍’ର କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୨୨ ମାର୍ଚ୍ଚ ୨୦୨୬ରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ନିର୍ବାଚନରେ ସଂସଦର ନୂତନ ପଦାଧିକାରୀ ଚୟନ କରାଯିବ। ବିଜେବି କଲେଜର ପୁରାତନ ଛାତ୍ର ସଂସଦର ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀମାନେ ନିର୍ବାଚିତ ହେବେ। ସମସ୍ତ ଆଜୀବନ ସଦସ୍ୟ ଓ ସଦସ୍ୟାଙ୍କୁ ଉପରୋକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ପ୍ରକ୍ରିୟାକୁ ସଫଳ କରିବାକୁ ଅନୁରୋଧ କରାଯାଉଛି।
ସମସ୍ତ ସଦସ୍ୟା ଓ ସଦସ୍ୟମାନଙ୍କ ତାଲିକା ବିଜେବି କଲେଜର ୱେବସାଇଟ୍ www.bjbcollege.in ରେ ଉପଲବ୍ଧ ଅଛି । ଯଦି କୌଣସି ସଦସ୍ୟା ଓ ସଦସ୍ୟଙ୍କ ନାମ ସେଥିରେ ସ୍ଥାନିତ ହୋଇପାରିନାହିଁ, ତେବେ ସେହି ସଦସ୍ୟ/ସଦସ୍ୟା ତାଙ୍କ ସଦସ୍ୟତାର ଉପଯୁକ୍ତ ପ୍ରମାଣ (ଦେୟ ରସିଦ୍ ଏବଂ ପରିଚୟ ପ୍ରମାଣ ପତ୍ର) ପ୍ରଦାନ କରି ଫେବୃଆରୀ ୧୨ ରୁ ୧୭ ତାରିଖ ଅପରାହ୍ନ ୩ଟାରୁ ୫ଟା ମଧ୍ୟରେ ‘ବିଜେବି ଫ୍ରେଣ୍ଡସ୍’ର କାର୍ଯ୍ୟାଳୟରେ ପଞ୍ଜୀକୃତ କରିପାରିବେ।
ନିର୍ବାଚନ କାର୍ଯ୍ୟସୂଚୀ:
ଚୂଡାନ୍ତ ସଦସ୍ୟା/ସଦସ୍ୟ ମାନଙ୍କ ତାଲିକା ପ୍ରକାଶନ- ଫେବୃଆରୀ ୧୮ ତାରିଖ ସଂଧ୍ୟା ୫ଟା ସୁଦ୍ଧା ନିର୍ଦ୍ଧିଷ୍ଟ ହୋଇଛି । ସେହିପରି, ନାମାଙ୍କନ ପତ୍ର ଦାଖଲ ତାରିଖ ଏହାର ପରଦିନ ଅର୍ଥାତ୍ ଫେବୃଆରୀ ୧୯ ତାରିଖ ସକାଳ ୧୦ଟା ଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତି ରହିଛି। କର୍ମକର୍ତ୍ତା ନିର୍ବାଚନ ତାରିଖ ହେଉଛି ମାର୍ଚ୍ଚ ୨୨ ତାରିଖ ସକାଳ ୮ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ରହିଛି। ସେହିପରି, ନିର୍ବାଚନ ଫଳାଫଳ ଘୋଷଣା ତାରିଖ ମାର୍ଚ୍ଚ ୨୨ ତାରିଖ ଭୋଟ୍ ଗଣତି ସରିବା ପରେ କରାଯିବ।
Comments are closed.