Latest Odisha News

BREAKING NEWS

ହଳଦୀପତ୍ରରୁ ବାହାରିବ ତେଲ, କେଜିକୁ ୧୦ହଜାର

କୋରାପୁଟ: ହଳଦୀପତ୍ର ଏବେ କରିବ ମାଲାମାଲ୍ । ଏହି ପତ୍ରରୁ ବାହାରିବ ତେଲ । ଯାହାର ବଜାର ମୂଲ୍ୟ ରହିଛି କେଜି ପିଛା ୧୦ହଜାର ଟଙ୍କା । କୋରାପୁଟ ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ଉଦ୍ୟମରେ ପରୀକ୍ଷାମୂଳକ ଭାବେ ଲକ୍ଷ୍ମୀପୁର ବ୍ଲକ ତୟାପୁଟ ଅଞ୍ଚଳର ଚାଷୀଙ୍କଠାରୁ ସଂଗୃହୀତ ହଳଦୀପତ୍ରରୁ ଆରମ୍ଭ ହୋଇଛି ତୈଳ ଉତ୍ପାଦନ ।

ଓରମାସର ସହକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, ଏହା ସଫଳ ହେଲେ ଜିଲ୍ଲାର ଅନ୍ୟ ବ୍ଲକରେ ମଧ୍ୟ ଏହାକୁ ଗୁରୁତ୍ଵ ଦିଆଯିବ । ଅନଲାଇନ ମାର୍କେଟିଂ ଆମାଜନରେ ଏହାର କେଜି ୧୦ହଜାର ହିସାବରେ ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି । କୃଷି ଉତ୍ପାଦକ ସଙ୍ଗଠନ ଚାଷୀଙ୍କ ଠାରୁ ନଷ୍ଟ ହୋଇଯାଉଥିବା ହଳଦୀପତ୍ର ସଂଗ୍ରହ କରୁଛୁ । ଅନଲାଇନରେ ହଳଦୀ ତେଲର ଚାହିଦା ରହିଥିବାରୁ ଚାଷୀଙ୍କୁ ଭଲ ଲାଭ ମିଳିବ । ସବୁଠୁ ବଡ କଥା ହେଲା ଏହି ତେଲ ଉତ୍ପାଦନ ଲାଗି ଅନ୍ୟ ମେସିନର ଆବଶ୍ୟକତା ପଡିବନି । ଯେଉଁ ମେସିନରେ ଲେମନ ଗ୍ରାସରୁ ତେଲ ବାହାର କରାଯାଉଛି, ସେହିଥିରେ ହିଁ ହଳଦୀପତ୍ରରୁ ତେଲ ବାହାର କରାଯାଉଛି । ଏହି ତେଲରୁ ଅନେକ ଚର୍ମରୋଗ ଠିକ୍ ହୋଇପାରୁଥିବାରୁ ଏହାର ଚାହିଦା ବଜାରରେ ବେଶ୍ ଅଧିକା ରହିଛି ।

ଲକ୍ଷ୍ମୀପୁର ତୟାପୁଟରେ ଆଦିବାସୀ ମହିଳାଙ୍କୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ତେଲ ଉତ୍ପାଦନ ଆରମ୍ଭ ହୋଇଛି । ଏଠାରେ ତିନିଶହ କେଜି ଶୁଖିଲା ପତ୍ରରୁ ୧ କେଜି ତେଲ ଓ ପଟ୍ଟାଙ୍ଗିରେ ୧00କେଜିରୁ ୫୦୦ଗ୍ରାମ ତେଲ ବାହାର କରାଯାଇଛି ।

Comments are closed.