Latest Odisha News

ଆରଏସଏସ ପତ୍ରିକା ଦି ଅର୍ଗାନାଇଜରର ମାରାତ୍ମକ ଅଭିଯୋଗ, ଧର୍ମ ପରିବର୍ତନ ପାଇଁ ଫଣ୍ଡିଂ କରୁଛି ଆମାଜନ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ ଜଡିତ ଦି ଅର୍ଗାନାଇଜର ତାର ନୂତନ ସଂସ୍କରଣରେ ମାରାତ୍ମକ ଅଭିଯୋଗ ଆଣିଛି । ଇ କମର୍ସ କମ୍ପାନୀ ଆମାଜନ ପୂର୍ବୋତର ଭାରତରେ ଧର୍ମାନ୍ତରଣ ପାଇଁ ଫଣ୍ଡିଂ କରୁଛି । ଆମାଜନ କ୍ରସ କନେକ୍ସନ ଶୀର୍ଷକ କଭର ଷ୍ଟୋରିରେ ଏହି ଲେଖା ପ୍ରକାଶ ପାଇଛି । କମ୍ପାନୀ ଆମେରିକା ବ୍ୟାପଟିଷ୍ଟ ଚର୍ଚ୍ଚ ନାମକ ଏକ ସଂଗଠନ ସହ ଏ ନେଇ ଆର୍ôଥକ ବୁଝାମଣା ମଧ୍ୟ କରିଛି । ଏବିଏମ ଆମାଜନ ବ୍ୟତୀତ ଅନକେଗୁଡିଏ ବହୁ ରାଷ୍ଟ୍ରୀୟ କମ୍ପାନରକୁ ମନି ଲଣ୍ଡ୍ରଂ ଜରିଆରେ ଫଣ୍ଡିଂ କରୁଛି । ଭାରତରେ ଅଖିଳ ଭାରତୀୟ ମିଶନ ନାମକ ଏକ ସଂସ୍ଥା ଏହି କାର୍ଯ୍ୟ କରୁଛି । ଏହି ସଂଗଠନ ତାର ୱେବସାଇଟରେ ପ୍ରକାଶ କରିଛି ଯେ, ଏ ପର୍ଯ୍ୟନ୍ତ ୨୫ ହଜାର ଲୋକଙ୍କୁ ଖ୍ରୀଷ୍ଟିଆନ ଧର୍ମରେ ସାମିଲ କରାଇ ସାରିଲେଣି ।

ତେବେ ଏହି ଅଭିଯୋଗକୁ ଆମାଜାନ ଭିତିହୀନ ବୋଲି କହିଛି । ଅଖିଳ ଭାରତୀୟ ମିଶନ ଏବଂ ଅନ୍ୟ କାହା ସହିତ ଆମର ସମ୍ପର୍କ ନାହିଁ । ଅରୁଣାଚଳ ପ୍ରଦେଶର କେତେକ ଅନାଥଳୟରେ କିପରି ଅବୈଧ ରୂପରେ ଧର୍ମ ପରିବର୍ତନ କରାଯାଉଛି ଖବର ପ୍ରକାଶ ପାଇବା ପରେ ଏହି ଚର୍ଚ୍ଚା ଜୋର ଧରିଥିଲା ।

Comments are closed.