Latest Odisha News

BREAKING NEWS

ପୁସ୍ତକ ପରିଚୟ : କବିତା ପାଇଁ ଗଳ୍ପଟିଏ

ଶୁଭ ନାରାୟଣ ସ୍ୱାଇଁଙ୍କ ସମୀକ୍ଷା 

ଉପନ୍ୟାସ : କବିତା ପାଇଁ ଗଳ୍ପଟିଏ
ଔପନ୍ୟାସିକ : ରୋହିତ କୁମାର ଦାଶ
ପ୍ରକାଶକ : ପଶ୍ଚିମା ପ୍ରକାଶନୀ
ପୃଷ୍ଠା ସଂଖ୍ୟା : ୧୦୪
ମୂଲ୍ୟ : ୧୧୯ ଟଙ୍କା

‘କବିତା ପାଇଁ ଗଳ୍ପଟିଏ ‘ ଉପନ୍ୟାସିକାର ପ୍ରଛଦ ଚିତ୍ରରୁ ହିଁ ବାରି ହୋଇପଡେ ତାର କାୟା କଳ୍ପ, ଶବ୍ଦ ବିନ୍ୟାସ ଏବଂ ଚରିତ୍ର ଚିତ୍ରଣର ଏକ ରୂପରେଖ । ଭିନ୍ନଭିନ୍ନ ଭାଷାରେ ଗଳ୍ପ ଓ କବିତା ଲେଖୁଥିବା ଗାଳ୍ପିକ ରୋହିତ ଦାଶଙ୍କ ଏହି ପୁସ୍ତକ ” ଏକ ସ୍ୱତନ୍ତ୍ର ସୃଷ୍ଟି । ତାଙ୍କ କବିତର ଚିତ୍ରପଟ୍ଟ, ଗଳ୍ପର ବିବିଧତା ପାଠକଙ୍କୁ ଏକ ଜୀବନ୍ତ ଅନୁଭବ ପ୍ରଦାନ କରେ।

ଏଠାରେ ଏହି ଉପନ୍ୟାସଟି ଏକ ତ୍ରିକୋଣୀୟ ବିଫଳ ପ୍ରେମ କାହାଣୀକୁ ନେଇ ଗତିଶୀଳ ହୋଇଛି ଏବଂ ଅସମାଧିତ ଅବସ୍ଥାରେ ଶେଷ ହୋଇଛି। କାହାଣୀର ନାୟକ ପ୍ରମିତ୍ ଶେଷରେ ଆଇ.ଏ.ଏସ୍. ପାଇଥିଲେ ବି ସେ ଏବଂ ନାୟିକା ରେଶ୍ମା ଓ ପ୍ରତିମା ଶେଷକୁ ବିଫଳ ହୋଇଛନ୍ତି ନିଜ ନିଜ ପ୍ରେମରେ। କାହାଣୀଟି ଲେଖକ ସେତବେଳେ ଲେଖିବାକୁ ଆରମ୍ଭ କରିଥିଲେ ଯେତେବେଳେ ତାଙ୍କୁ ବୟସ ମାତ୍ର ୧୮ ବର୍ଷ ହୋଇଥିଲା । ପ୍ରାୟ ୯ ବର୍ଷ ପରେ ଲେଖାଟିକୁ ଶେଷ କରିଥିଲେ ଏବଂ ତାହା ପ୍ରକାଶ ପାଇଛି ଏବେ ୨୦୨୨ ରେ।

ଦୀର୍ଘ ଦିନର ବ୍ୟବଧାନ ପରେ କାହାଣୀକୁ ପ୍ରକାଶ କରିବାକୁ ହେଲେ ସାଧାରଣତଃ ଲେଖାକୁ ପୁନସମ୍ପାଦିତ କରିବା ଆବଶ୍ୟକ । ସେମିତି କରିଥିଲେ କାହାଣୀଟି ଆହୁରି ଅଧିକ ସୁନ୍ଦର ହୋଇଥାନ୍ତା। କିନ୍ତୁ ସେପରି କରାଯାଇନଥିବାରୁ ମଝିରେ ମଝିରେ କେତେଟା ଯାଗାରେ କାହାଣୀର ଗତିଶୀଳତା ଖାପ ଛଡା ମନେହେଉଛି ଟିକିଏ ଵିରୋଧାଭାଷ ସୃଷ୍ଟି ହୋଇଛି (ପୃଷ୍ଠା ସଂଖ୍ୟା ୫୪ ର ଦ୍ଵିତୀୟ ଅନୁଛେଦ ଓ ପୃଷ୍ଠା ସଂଖ୍ୟା ୬୬ ର ଶେଷ ଅନୁଛେଦ ମଧ୍ୟରେ)। କିନ୍ତୁ ଏତକ ବାଦ ଦେଲେ ଲେଖକଙ୍କ ବର୍ଣ୍ଣନା ଶୈଳୀ ସହ ଏକ ଚମତ୍କାର ପୃଷ୍ଠଭୂମି ଉପରେ ଆଧାରିତ ଏହି ଉପନ୍ୟାସଟି ପାଠକଙ୍କୁ ନିଶ୍ଚୟ ବାନ୍ଧି ରଖିବା ସହ ବିପୁଳ ପାଠକୀୟ ଆଦୃତି ଲାଭ କରିବ ଏଥିରେ କୌଣସି ସନ୍ଦେହ ନାହିଁ ।

 

Leave A Reply

Your email address will not be published.