Latest Odisha News

BREAKING NEWS

ହ୍ରିତିକଙ୍କୁ ମିଳିଲା ଫ୍ୟାନଙ୍କ ନିଆରା ଗିଫ୍ଟ, ସେୟାର କଲେ ଭିଡିଓ

ମୁମ୍ବାଇ: ଲକଡାଉନ୍ ମଧ୍ୟରେ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନଙ୍କୁ ମିଳିଛି ନିଆରା ଗିଫ୍ଟ । ତାଙ୍କୁ ତାଙ୍କର ଜଣେ ଫ୍ୟାନ୍ସ ଭିଡିଓ ମାଧ୍ୟମରେ ଏକ ଗିଫ୍ଟ ଦେଇଛନ୍ତି, ଯାହାକୁ ଦେଖି ହ୍ରିତିକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସେ ନିଜ ଇଷ୍ଟାଗ୍ରାମ ହ୍ୟାଣ୍ଡଲେ ଏକ ଭିଡିଓ ସେୟାର କରିଛନ୍ତି, ,ଯେଉଁଥିରେ ତାଙ୍କର ଏବେ ଯାଏଁ ସବୁ ଲୋକପ୍ରିୟ ଭୂମିକାର ସ୍କେଚ୍ ନଜର ଆସିଛି। ଖାସ୍ କଥା ହେଉଛି ଏହା ଯେ ଏହି ସ୍କେଚ୍ ଏକ ଟ୍ରାନ୍ସପରେଣ୍ଟ୍ ଶିଟ୍ ଜରିଆରେ ଦେଖାଯାଉଛି। କିନ୍ତୁ ପେପରରେ ହୋଇଥିବା ହ୍ରିତିକଙ୍କ ଫଟୋ ବୋଲ୍ଡ ରହିଛି। ହ୍ରିତିକ୍ ଭିଡିଓ ସହ ଆର୍ଟିଷ୍ଟ ଆରକେ ଆଦିଲଙ୍କୁ ପ୍ରଶଂସା କରିଛନ୍ତି।

 

View this post on Instagram

 

Nicely done Mr. RK.aadil. Thank you for this ?

A post shared by Hrithik Roshan (@hrithikroshan) on

ଆଦିଲ୍ ହ୍ରିତିକଙ୍କ ପ୍ରଥମ ଫିଲ୍ମ କହୋ ନା ପ୍ୟାର ହେ, କୋଇ ମିଲ୍ ଗୟା,କ୍ରିଷ୍,ଜୋଧା ଆକବର,ଅଗ୍ନିପଥ ଏବଂ ଶେଷରେ ରିଲିଜ ହୋଇଥିବା ଓ୍ବାରର ଲୁକ୍ ଡିଜାଇନ୍ କରିଛନ୍ତି । ଆଦିଲ ହେଉଛନ୍ତି ହ୍ରିତିକଙ୍କ ଜଣେ ଡାଏ ହାର୍ଡ ଫ୍ୟାନ୍ । ସେପଟେ ଏହି ଭିଡିଓକୁ ଦେଖି ଅଭିନେତ୍ରୀ ପ୍ରିତି ଜିଣ୍ଟା ମଧ୍ୟ ଆଶ୍ଚର‌୍ୟ୍ୟ ହୋଇ ଯାଇଛନ୍ତି । ସେ କମେଣ୍ଟ୍ କରି ଓସମ୍ ଆର୍ଟ ବୋଲି ଲେଖିଛନ୍ତି ।

Leave A Reply

Your email address will not be published.