Latest Odisha News

BREAKING NEWS

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋ ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ଫଟୋଗ୍ରାଫର

ଭୁବନେଶ୍ୱର: ନବୀନ ସୂତ୍ରଧର(ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର )ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଆଧାରିତ ଦୁଇଦିନ ବ୍ୟାପି ଆୟୋଜିତ ଫଟୋପ୍ରଦର୍ଶନୀ ଗତକାଲି ଉଦଯାପୀତ ହୋଇଯାଇଥିଲା  । ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀରେ ଭାଗନେଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସେମାନଙ୍କ ଶ୍ରେଷ୍ଠ କୃତି ପାଇଁ ସମ୍ମାନିତ କରିଥିଲେ ।

ଏହି ପ୍ରଦର୍ଶନୀ ରେ ପ୍ରଥମ ପୁରସ୍କାର ଲାଭ କରିଛନ୍ତି ସାଇଶାଶ୍ୱତ ମିଶ୍ର, ଦ୍ଵିତୀୟ ପୁରସ୍କାର  ବିଶ୍ଵନାଥ ସ୍ୱାଇଁ, ତୃତୀୟ ପୁରସ୍କାର ଯୁଗ୍ମ ଭାବେ ଡ଼ଃ ପିୟୁଷ ରଞ୍ଜନ ରାଉତ ଓ  ରାକେଶ ରାଉଳ । ଏଥି ସହିତ ଟ୍ରଷ୍ଟ ପକ୍ଷରୁ ୫ ଜଣ ବ୍ୟକ୍ତି ବିଶେଷ ଯଥାକ୍ରମେ ବାଦଲ କୁମାର ମଲ୍ଲିକ, ଜ୍ୟୋତ୍ସ୍ନାମୟୀ ପରିଡା,ଅମରେଶ ଜେନା, ରୁଦ୍ର ନାରାୟଣ ସାମନ୍ତରାୟ ଓ ନାରାୟଣ ଚନ୍ଦ୍ର ଓଝାଙ୍କୁ ସେମାନଙ୍କର ଫଟୋ ପ୍ରତି ଭଲ ପାଇବା ଓ ଫଟୋଗ୍ରାଫର ମାନଙ୍କୁ ପ୍ରେରଣା ଓ ସହଯୋଗ ପାଇଁ ଫଟୋ ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା  ।  ଏହି ଅବସରରେ ମେୟର ଶ୍ରୀମତୀ ସୁଲୋଚନା ଦାସ କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଫଟୋଗ୍ରାଫର ଙ୍କ ଯୋଗଦାନ ଅତୁଳନୀୟ ବୋଲି କହିବା ସହ ଏହିଭଳି ପ୍ରଦର୍ଶନୀ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ହେବା ଆବଶ୍ୟକ ବୋଲି କହିଥିଲେ ।

ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଶୁଚିସ୍ମିତା ପୃଷ୍ଟି, ବିଶିଷ୍ଟ ଗାୟିକା ଜୟଶ୍ରୀ ଧଳ, ଟ୍ରଷ୍ଟର ସମ୍ପାଦକ ନିହାର ରଞ୍ଜନ ଦାସ ଏବଂ ଅନ୍ୟତମ ସଦସ୍ୟ ଭାନୁପ୍ରିୟା ଦାସ ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ  । ଏହି କାର୍ଯ୍ୟକ୍ରମର ଆୟୋଜକ ଟ୍ରଷ୍ଟର ପ୍ରତିଷ୍ଠାତା ଓ ଅଧକ୍ଷ ଲକ୍ଷ୍ମୀକାନ୍ତ ଦାସ ଆଗାମୀ ଦିନରେ ଆହୁରି ଏହିଭଳି ପ୍ରଦର୍ଶନୀ ଆୟୋଜନ କରିବା ସହ ଓଡିଶାର ପରମ୍ପରାକୁ ବହୁଳ ଭାବେ ପ୍ରଚାର ପ୍ରାସର ପାଇଁ ପ୍ରୟାସ କରିବେ ବୋଲି କହିଥିଲେ  ।

Leave A Reply

Your email address will not be published.