Latest Odisha News

ଆସନ୍ତା ୨୭ରେ ହେବ ଏଏସଓ ଲିଖିତ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଏଏସଓ (ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଆଜି ଅର୍ଥାତ୍ ଅଗଷ୍ଟ ୨୧ରେ ଏହି ଲିଖିତ ପରୀକ୍ଷା କରିବାକୁ ଧାର୍ଯ୍ୟ କରାଯାଇଥିଲା ।

କିନ୍ତୁ ରାଜ୍ୟରେ ଭୀଷଣ ବନ୍ୟା ସ୍ଥିତି ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ଗତ କାଲି ଓପିଏସସି ଏହି ପରୀକ୍ଷାକୁ ଆସନ୍ତା ୨୭ ତାରିଖରେ କରିବାକୁ ଧାର୍ଯ୍ୟ କରିଛନ୍ତି । ଏହି ଦିନରେ ଆଡ଼ମିଟ କାର୍ଡ ପାଇଥିବା ସମସ୍ତ ଆବେଦନକାରୀ ଲିଖିତ ପରୀକ୍ଷା ଦେଇପାରିବେ ।

 

ଗୋଟିଏ ଦିନରେ ତିନୋଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ ବୋଲି ଓପିଏସସି ବିଜ୍ଞପ୍ତିରେ ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସକାଳ ୯ଟାରୁ ୧୦.୩୦, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ୧୧.୩୦ରୁ ଅପରାହ୍ନ ୧ଟା ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଅପରାହ୍ନ ୨.୩୦ରୁ ୪.୩୦ ପର୍ଯ୍ୟନ୍ତ ପରୀକ୍ଷା କରାଯିବ ବୋଲି ସମୟ ନିର୍ଘଣ୍ଟ କରାଯାଇଥିବା ଓପିଏସସି ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଅତିରିକ୍ତ ୩୦ ମିନିଟ୍ ସମୟ ସମସ୍ତ ପର୍ଯ୍ୟାୟ ପରୀକ୍ଷାରେ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ସାଧାରଣ ଜ୍ଞାନ, ଦ୍ୱିତୀୟ ପର୍ଯ୍ୟାୟରେ ମେଣ୍ଟାଲ ଆବିଲିଟି ଓ ରିଜନିଂ ଏବଂ ତୃତୀୟ ପର୍ଯ୍ୟାୟରେ ଭାଷା ଓଡ଼ିଆ ଆଉ ଇଂରାଜୀ ରହିଛି ।

Leave A Reply

Your email address will not be published.