ନୂଆଦିଲ୍ଲୀ: ଆଜି ପବିତ୍ର ପଣା ସଂକ୍ରାନ୍ତି । ଓଡ଼ିଆ ନବବର୍ଷ । ଏହି ଅବସରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଟ୍ୱିଟ୍ କରି ପବିତ୍ର ଓଡ଼ିଆ ନବବର୍ଷ, ମହା ବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ସମସ୍ତ ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇ ଓ ଭଉଣୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ବୋଲି ଲେଖିଛନ୍ତି । ଏଥିସହ ଏବର୍ଷ ଟି ସମସ୍ତ ପାଇଁ ଶୁଖଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ ବୋଲି ରାଷ୍ଟ୍ରପତି ଟ୍ୱିଟ୍ କରି ଲେଖିଛନ୍ତି ।
ପବିତ୍ର ଓଡ଼ିଆ ନବବର୍ଷ , ମହା ବିଷୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି)ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀ ତଥା ବିଶ୍ବର କୋଣ ଅନୁକୋଣରେ ରହୁଥିବା ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଏହି ବର୍ଷଟି ସମସ୍ତଙ୍କ ପାଇଁ ସୁଖଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ।
— President of India (@rashtrapatibhvn) April 13, 2020
ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡ଼ିଆ ନବବର୍ଷ ଓ ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସମସ୍ତ ଓଡ଼ିଆ ଓ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ସୁଖ ପ୍ରଦାନ କରନ୍ତୁ ବୋଲି ଗୃହମନ୍ତ୍ରୀ ଅମିତ ଶାହା ଟ୍ୱିଟ୍ କରି କହିଛନ୍ତି ।
ଓଡ଼ିଆ ନୂଆ ବର୍ଷ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅବସରରେ ଓଡ଼ିଶାର ମୋର ପ୍ରିୟ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖ ପ୍ରଦାନ କରନ୍ତୁ।
— Amit Shah (@AmitShah) April 13, 2020
Comments are closed.