Latest Odisha News

BREAKING NEWS

ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ କଟକଣା: ଏସ୍‌ଆର୍‌ସି

ଭୁବନେଶ୍ୱର: ଭୁବନେଶ୍ୱରରେ କୋହଳ ହେବନି ଲକଡାଉନ୍ ନିୟମ । ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ କୌଣସି ନିୟମ କୋହଳ କରାଯିବ ନାହିଁ । ରାଜଧାନୀ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଆସିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ।
ଚାଷକାର‌୍ୟ୍ୟରେ ସହାୟତା ପାଇଁ ଲକଡାଉନକୁ ସାମାନ୍ୟ କୋହଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ହେଲେ କଣ୍ଟେନମେଣ୍ଟ୍ ଜୋନ ପାଇଁ ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଦ୍ୱିତୀୟ ପର‌୍ୟ୍ୟାୟ ଲକଡାଉନ ପାଇଁ ଧାନ ବୁଣା, ଚାଷ, ତଳି ରୁଆ, ଫସଲ ଅମଳ ଆଦି କାର‌୍ୟ୍ୟକୁ ଚାଲୁ ରଖିବାକୁ ସରକାର ଅନୁମତି ଦେଇଛନ୍ତି ।
କୃଷି ଜାତ ଦ୍ରବ୍ୟ ପରିବହନ ଓ ବଂଟନ ପାଇଁ ଟ୍ରାକ୍ଟର ଓ ଟ୍ରକ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଦେକାନ ମଧ୍ୟ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ହେଲେ ରାଜଧାନୀ ଭୁବନେଶ୍ୱରର ଲୋକ କିନ୍ତୁ ଏଥିରୁ ବାଦ ପଡ଼ିବେ । ଭୁବନେଶ୍ୱରେ କୃଷିକାର‌୍ୟ୍ୟ ହେବନି କି କୌଣସି ବି ନିୟମ କୋହଳ ହେବ ନାହିଁ ।

Leave A Reply

Your email address will not be published.