ନୂଆଦିଲ୍ଲୀ: ଆପଣମାନେ ଜାଣିଥିବେ ସାଧାରଣତଃ ଲୋକଙ୍କର ଭିନ୍ନ ଭିନ୍ନ ପସନ୍ଦ ଥାଏ । କାହାକୁ ଫାଷ୍ଟଫୁଡ ପସନ୍ଦ ଥାଏ ତ ଆଉ କାହାକୁ ବିଭିନ୍ନ ଖାଦ୍ୟ ପସନ୍ଦ । ସେଥିମଧ୍ୟରୁ ଅନେକ ଲୋକ ସାଣ୍ଡଓ୍ବିଚ୍ ଖାଇବାକୁ ପସନ୍ଦ କରନ୍ତି । ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ସାଣ୍ଡଓ୍ବିଚ୍ ସବୁ ଲୋକେ କିଣି ଖାଇପାରନ୍ତି। ଦାମୀ ରେଷ୍ଟୁରାଣ୍ଟ ଏବଂ ବିଦେଶରେ ସାଣ୍ଡଓ୍ବିଚ୍ର ଦର ଅଧିକ ରହିଥାଏ । ଯାହାକୁ ସବୁ ବର୍ଗର ଲୋକେ କିଣିପାରନ୍ତି ନାହିଁ।
ତେବେ ଗିନିଜ୍ ୱାଲର୍ଡ ରେକର୍ଡ ଅନୁଯାୟୀ ନ୍ୟୁୟର୍କର ସେରେନଡିପିଟି-୩ ରେଷ୍ଟୁରାଣ୍ଟରେ ଦୁନିଆର ସବୁଠାରୁ ମହଙ୍ଗା ସାଣ୍ଡଓ୍ବିଚ୍ ମିଳିଥାଏ, ଯାହାର ମୂଲ୍ୟ ୧୪ ହଜାର ଟଙ୍କା। ସବୁଠୁ ବଡ଼ କଥା ହେଲା ସେହି ସାଣ୍ଡଓ୍ବିଚ୍କୁ ଗିନିଜ୍ ୱାଲର୍ଡ ବୁକ୍ ଅଫ୍ ରେକଡର୍ସରେ ସ୍ଥାନିତ କରାଯାଇଛି। ଏଥିସହ ସେହି ରେଷ୍ଟୁରାଣ୍ଟରେ ସବୁଠାରୁ ଦାମୀ ଡେଜର୍ଟ, ହେମ୍ବର୍ଗ, ହାଟ୍ଡଗ୍, ଏବଂ ବିବାହ ପାଇଁ ସବୁଠୁ ବଡ଼ କେକ୍ ମିଳୁଥିବାରୁ ଏହା ଗିନିଜ୍ ରେକର୍ଡ ହାସଲ କରିଛି।
ସେଠାକାର ସାଣ୍ଡଓ୍ବିଚ୍ର ନାମ ହେଉଛି କୁଇନ୍ଟେଷ୍ଟେନ୍ଟିଆଲ୍ ଗ୍ରିଲ୍ଡ ଚିଜ୍। ଏହି ସାଣ୍ଡଓ୍ବିଚ୍ ପ୍ରସ୍ତୁତିରେ ବ୍ୟବହାର ପାଇଁ ଛେନା ଇଟାଲିରୁ ଅଣାଯାଏ। ଏକ ସ୍ବତନ୍ତ୍ର ପ୍ରଜାତିର ଗାଈଙ୍କଠାରୁ ଏହି ଚିଜ୍ ତିଆରି ହୁଏ, ଯିଏକି ବର୍ଷକୁ ମାତ୍ର ୨ ମାସ କ୍ଷୀର ଦେଇଥାଏ।
Comments are closed.