Latest Odisha News

BREAKING NEWS

ପଥର ମାଡ଼ରେ ବେହାଲ ହେଲାଣି ବନ୍ଦେ ଭାରତ ଏକ୍ସପ୍ରେସ୍: ପୁଣି ଏହି ରାଜ୍ୟରେ ହେଲା ମାଡ଼

ପଟନା: ବନ୍ଦେ ଭାରତ ଏକ୍ସପ୍ରେସ୍ ଉପରେ ପୁଣି ପଥର ମାଡ଼। ଏଥର ପଶ୍ଚିମବଙ୍ଗରେ ନୁହେଁ କି ଆନ୍ଧ୍ରପ୍ରଦେଶରେ ନୁହେଁ, ବିହାରରେ ଟ୍ରେନ୍ ଉପରକୁ ପଥର ମାଡ଼ ହୋଇଛି। ଶନିବାର ଗାଡ଼ି ନମ୍ବର ୨୨୩୦୨ କୁ କଟିହାର ଜିଲ୍ଲା ବଳରାମପୁର ଥାନାରେ ଅଧିନରେ ଆସୁଥିବା ସ୍ଥାନରେ ପଥର ମାଡ଼ କରାଯାଇଛି। ଏହି ଘଟଣାରେ ବଗ ନମ୍ବର ସି୬ର  ଜରକା କାଚ ଭାଙ୍ଗିଯାଇଛି। ତେବେ ଏହି ଘଟଣାରେ କୌଣସି ଯାତ୍ରୀ ଆଘାତ ହୋଇ ନଥିବା ସୂଚନା ମିଳିଛି।

ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ଼ କରାଯାଇଥିଲା। ଟ୍ରେନ୍‌ଟିକୁ ମାରିପାଲେମ୍‌ରେ ଥିବା କୋଚ୍ ମେଣ୍ଟେନାନ୍ସ ସେଣ୍ଟରକୁ ନିଆଯାଉଥିଲା। ଏହି ସମୟରେ କିଛି ଅସାମାଜିକ ଟ୍ରେନ୍‌ର ଗୋଟିଏ ବଗିକୁ ପଥରମାଡ଼ କରିଥିଲେ। ଏଥିରେ ଦୁଇଟି ଝରକା କାଚ ଭାଙ୍ଗିଯାଇଥିଲା।

ସନ୍ଧ୍ୟା ସମୟରେ ଘଟଣା ଘଟିଥିବାରୁ ଆମେ ଦୁର୍ବୃତ୍ତଙ୍କୁ ଦେଖିପାରି ନଥିଲୁ। ତେବେ ମାମଲାର ତଦନ୍ତ ଚାଲିଛି। ଯଦି ଏଭଳି ବ୍ୟବହାର ଲଗାତର ହେବେ ତେବେ ଏହା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଡିଆର୍‌ଏମ୍ ଅନୁପ କହିଥିଲେ।

Leave A Reply

Your email address will not be published.