Latest Odisha News

BREAKING NEWS

ଆସନ୍ତା କାଲି ୪୧ ହଜାର କୋଟି ଟଙ୍କାର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଅର୍ଥାତ ଫେବୃଆରୀ ୨୬ ତାରିଖ ଅପରାହ୍ଣ ସାଢେ ୧୨ଟାରେ ଭିଡ଼ିଓ କନଫରେନସିଂ ଜରିଆରେ ୪୧ ହଜାର କୋଟି ଟଙ୍କରୁ ଅଧିକ ମୂଲ୍ୟର ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ଉଦଘାଟନ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଇବା ଉପରେ ପ୍ରଧାନମନ୍ତ୍ରୀ ବାରମ୍ବାର ଗୁରୁତ୍ତ୍ୱାରୋପ କରିଛନ୍ତି। ଏହି ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ୫୫୩ଟି ରେଳ ଷ୍ଟେସନର ପୁନଃ ବିକାଶ ପାଇଁ ଶିଳାନ୍ୟାସ କରିବେ। ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନଗୁଡ଼ିକ ୧୯ ହଜାର କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃବିକଶିତ କରାଯିବ।

ଏହି ଷ୍ଟେସନଗୁଡ଼ିକ ସହରର ଉଭୟ ପାର୍ଶ୍ୱକୁ ମିଶାଇ ସିଟି ସେଣ୍ଟର ଭାବେ କାର୍ଯ୍ୟ କରିବ। ଏଥିରେ ରୁଫ ପ୍ଲାଜା, ସୁନ୍ଦର ଲ୍ୟାଣ୍ଡସ୍କେପିଂ, ଇଣ୍ଟର ମୋଡାଲ କନେକ୍ଟିଭିଟି, ଉନ୍ନତ ଆଧୁନିକ ପ୍ଲାଟଫର୍ମ, କିଡ୍ସ ପ୍ଲେ ଏରିଆ, କିଓସ୍କ ଫୁଡ଼ କୋର୍ଟ ଆଦି ଅତ୍ୟାଧୁନିକ ଯାତ୍ରୀ ସୁବିଧଆ ଉପଲବଧ ହେବ। ଏହାକୁ ପରିବେଶ ଅନୁକୂଳ ଏବଂ ଦିବ୍ୟାଙ୍ଗ ଅନୁକୂଳ ଭାବେ ପୁନଃବିକଶିତ କରାଯିବ। ସ୍ଥାନୀୟ ସଂସ୍କୃତ, ଐତିହ୍ୟ ଓ ସ୍ଥପତ୍ୟରୁ ପ୍ରେରିତ ହୋଇ ଏହି ଷ୍ଟେସନ ଗୁଡ଼ିକରେ ଡିଜାଇନ ପ୍ରସ୍ତୁତ କରାଯିବ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଗୋମତୀ ନଗର ଷ୍ଟେସନକୁ ଉଦଘାଟନ କରିବେ ଯାହାକୁ ପ୍ରାୟ ୩୮୫ କୋଟି ଟଙ୍କା ବ୍ୟୟରେ ପୁନଃବିକଶିତ କରାଯାଇଛି । ଭବିଷ୍ୟତରେ ବଢ଼ୁଥିବା ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଷ୍ଟେସନରେ ଆଗମନ ଓ ପ୍ରସ୍ଥାନ ସୁବିଧାକୁ ଅଲଗା କରାଯାଇଛି। ଏହା ସହରର ଉଭୟ ପାର୍ଶ୍ୱକୁ ଏକାଠି କରିଥାଏ । ଏହି ସେଣ୍ଟ୍ରାଲ ଏୟାର କଣ୍ଡିସନ ଷ୍ଟେସନରେ ଏୟାର କନକୋର୍ସ, ଭିଡ଼ ମୁକ୍ତ ପରିବହନ, ଫୁଡ୍ କୋର୍ଟ ଏବଂ ଉପର ଓ ତଳ ବେସମେଣ୍ଟରେ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ଭଳି ଅତ୍ୟାଧୁନିକ ଯାତ୍ରୀ ସୁବିଧା ରହିଛି।

ପ୍ରଧାନମନ୍ତ୍ରୀ ୧୫୦୦ ରୋଡ୍ ଓଭର ବ୍ରିଜ୍ ଏବଂ ଅଣ୍ଡରପାସ୍ ର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୨୪ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପିଥିବା ଏହି ସଡ଼କ ଓଭର ବ୍ରିଜ୍ ଏବଂ ଅଣ୍ଡରପାସ୍ ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୨୧,୫୨୦ କୋଟି ଟଙ୍କା। ଏହି ପ୍ରକଳ୍ପଗୁଡ଼ିକ ଭିଡ଼ ହ୍ରାସ କରିବ, ନିରାପତ୍ତା ଏବଂ ଯୋଗାଯୋଗ ବୃଦ୍ଧି କରିବ, ରେଳ ଯାତ୍ରାର କ୍ଷମତା ଏବଂ ଦକ୍ଷତାରେ ମଧ୍ୟ ଉନ୍ନତି ଆଣିବ ।

Leave A Reply

Your email address will not be published.