Latest Odisha News

BREAKING NEWS

ଇରାନରୁ ମିଳିଲା ସର୍ବ ପୁରାତନ ଲିପଷ୍ଟିକ

ତେହେରାନ: ଇରାନର କରମାନ ଅଂଚଳରୁ ବିଶ୍ୱର ସର୍ବପୁରାତନ ଲିପଷ୍ଟିକ ମିଳିଛି । ଆଜିକୁ ୩୬୦୦ ବର୍ଷ ତଳେ ଏହାର ବ୍ୟବହାର ହେଉଥିବା ଅନୁମାନ କରାଯାଇଛି । ଏହାକୁ ଏବେ ଇରାନର ସଂଗ୍ରହାଳୟରେ ରଖାଯାଇଛି । ଜିରାଫଟରେ ଅନେକ କବର ମଧ୍ୟରେ ହଲୀଲ ନଦୀର ପାଣି ପଶି ଯାଇଥିଲା । ଫଳରେ ଏହା ମଧ୍ୟରେ ରଖାଯାଇଥିବା ଅନେକ ଦାମୀ ପଦାର୍ଥ ଭାସିବାକୁ ଲାଗିଥିଲା । ସ୍ଥାନୀୟ ଲୋକମାନେ ଏହାକୁ ନେଇ ଯାଇଥିଲେ । ପରେ ଅନେକ କଳାକୃତି ଏହା ମଧ୍ୟରୁ ଉଦ୍ଧାର କରାଯିବା ବେଳେ ଏହି ଲିପଷ୍ଟିକ ଏକ ସ୍ଥାନରେ ସୁରକ୍ଷିତ ରହିଥିଲା ।

ହେମେଟାଇଟ ନାମକ ଏକ ଖଣିଜ ପଦାର୍ଥରେ ଏହାକୁ ପ୍ରସ୍ତୁତ କରାଯାଇଥିଲା । ଏଥିରେ ମାଙ୍ଗାନିଜ ଓ ବ୍ରାଓନାଇଟର ବ୍ୟବହାର ମଧ୍ୟ ହୋଇଛି । ଅଧ୍ୟୟନରୁ ଜଣାପଡିଛି ସେ ସମୟରେ ମଧ୍ୟ ଲିପଷ୍ଟିକକୁ ସମାନ ଢ଼ଙ୍ଗରେ ବ୍ୟବହାର କରାଯାଉଥିଲା । ସମ୍ପୂର୍ଣ୍ଣ ସଠିକ ତଥ୍ୟ ମିଳି ନ ଥିଲେ ମଧ୍ୟ କାଂସ୍ୟ ଯୁଗ ସମୟରେ ଏହି ଲିପଷ୍ଟିକ ବ୍ୟବହାର ହେଉଥିବା ଅନୁମାନ କରାଯାଉଛି । ପ୍ରାଚୀନ ମାର୍ସୋସୀ ସଭ୍ୟତାର ମହିଳାମାନେ ଏହାକୁ ବ୍ୟବହାର କରିଥାଇ ପାରନ୍ତି ବୋଲି ଗବେଷକ ମାନେ କହିଛନ୍ତି ।

Leave A Reply

Your email address will not be published.