Latest Odisha News

BREAKING NEWS

ଏବେ ବି ବଜାରରେ ରହିଛି ୮୮୯୭ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ବଜାରରୁ ୨ ହଜାର ଟଙ୍କା ନୋଟ୍ ହଟାଇ ଦେଇଛି। ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏହି ନୋଟର ପ୍ରଚଳନ ଆରମ୍ଭ କରାଯାଇଥିଲା। ଏହାପରେ ଆରବିଆଇ ଏହାକୁ ୧୯ ମଇ ୨୦୨୩ରେ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା ଏବଂ ଲୋକମାନେ ଏହାକୁ ଜମା କରିବାକୁ ଆବେଦନ କରାଯାଇଥିଲା। ସେଣ୍ଟ୍ରାଲ ବ୍ୟାଙ୍କ ଅନୁଯାୟୀ, ସମ୍ପୂର୍ଣ୍ଣ ନୋଟଗୁଡିକ ସିଷ୍ଟମରୁ ହଟାଯାଇ ନାହିଁ। ଜାନୁୟାରୀ ୩୧, ୨୦୨୪ ପର୍ଯ୍ୟନ୍ତ ୨ ହଜାର ଟଙ୍କିଆ ନୋଟର କେବଳ ୯୭.୫ ପ୍ରତିଶତ ଫେରସ୍ତ କରାଯାଇଛି। କିନ୍ତୁ ଏବେବି ୮୮୯୭ କୋଟି ଟଙ୍କା ମୂଲ୍ୟର ଏହି ଦୁଇ ହଜାର ଟଙ୍କିଆ ନୋଟ ବଜାରରେ ଉପଲବ୍ଧ ରହିଥିବା ନେଇ ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି।

ଆରବିଆଇ ଅନୁଯାୟୀ, ଦୁଇ ହଜାର ଟଙ୍କିଆ ନୋଟ ବଜାରରେ ବ୍ୟବହାର ବହୁ ପରିମାଣରେ ହ୍ରାସ ଘଟିଛଇ। ଏହି କାରଣରୁ ଫେବୃଆରୀ ୯ ପର୍ଯ୍ୟନ୍ତ ମୁଦ୍ରା ପ୍ରଚଳନ ୩.୭ ପ୍ରତିଶତ ହ୍ରାସ ପାଇଛି। ଏକ ବର୍ଷ ପୂର୍ବେ ଏହା ୮.୨ ପ୍ରତିଶତରୁ କମ୍ ଅଟେ। ଏହା ସହିତ ଜନସାଧାରଣଙ୍କ ସହିତ ଉପଲବ୍ଧ ନଗଦ ଅର୍ଥ ଏବଂ ବ୍ୟାଙ୍କଗୁଡ଼ିକରେ ପଡ଼ିଥିବା ଟଙ୍କା ମଧ୍ୟ ଅନ୍ତର୍ଭୁକ୍ତ।

ଏଠାରେ କହି ରଖୁ କି ୧୯ ମଇ ୨୦୨୩ରେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ଉପରେ ବ୍ୟାନ ଲଗାଇଥିଲା। ମେ ୧୯ ସୁଦ୍ଧା ୩.୫୬ ଲକ୍ଷ କୋଟି ଟଙ୍କାର ପ୍ରାୟ ଦୁଇ ହଜାର ଟଙ୍କିଆ ନୋଟ ବ୍ୟବହାର ଚାଲିଥିଲା। ଏହି ନୋଟ୍ ବିନିମୟ କିମ୍ବା ଜମା କରିବାର ବିକଳ୍ପ ୩୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଦିଆଯାଇଥିଲା। ପରେ ଏହି ସମୟସୀମା ୭ ଅକ୍ଟୋବର ୨୦୨୩କୁ ବୃଦ୍ଧି କରାଯାଇଥିଲା। ବିମୁଦ୍ରୀକରଣରେ ଏହା ୫୦୦ ଏବଂ ଏକ ହଜାର ଟଙ୍କିଆ ପୁରୁଣା ନୋଟଗୁଡିକର ବିକଳ୍ପ ଭାବରେ ପରିଚିତ ହୋଇଥିଲା।

 

Leave A Reply

Your email address will not be published.