ପୁରୀ: ୨୦୨୬ ବର୍ଷ ରଥଯାତ୍ରା ଜଥେଷ୍ଟ ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ଶନିବାର ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଖୁବ ଶୀଘ୍ର ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଗଣତି ମଣତି ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି ପ୍ରଭାବିତ ହେବ ନାହିଁ । ବାହାର କାଠରୁ ଭକ୍ତ ଦର୍ଶନ କରିବେ । ୧୧ ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି । ୩ଟି ପର୍ଯ୍ୟାୟରେ ଗଣତି ମଣତି ହେବ । ଏହି ସମୟରେ ଆରବିଆଇ ଅଧିକାରୀ,ଏସବିଆଇ ଅଧିକୃତ ବଣିଆ ବା ସ୍ୱର୍ଣକାର ରହିବେ ।
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ସୁବର୍ଣ୍ଣ ଅଳଙ୍କାରର କରାଯିବ ମେଳକ ଓ ତା ସହ ଗଣତମଣତି । ସେନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଗୁରୁତ୍ବପୁର୍ଣ ବୈଠକରେ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି । ବିଧି ସବ କମିଟିରେ ରତ୍ନଭଣ୍ଡାର ଗଣତି ମଣତି ପାଇଁ ଚିଠା ପ୍ରସ୍ତାବ କରିଥିଲେ । ସେହି ଚିଠା ପ୍ରସ୍ତାବ ଉପରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇ ମାର୍ଗଦର୍ଶିକା ପ୍ରସ୍ତୁତ କରିଛି । ଏହା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀଙ୍କ ସୂଚନା ।
ଗଣତିମଣତି ଦିନ ସର୍ବସାଧାରଣଙ୍କ ଦର୍ଶନ ହେବ । ବାହାର କାଠରୁ ଦର୍ଶନ ହେବ । ଅଧିକୃତ ସେବକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ । ତିନୋଟି ପର୍ଯ୍ୟାୟରେ ଗଣତିମଣତି ହେବ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର, ପରେ ବାହାର ଓ ଶେଷ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାର ଗଣତିମଣତି ହେବ । ଭିତର ରତ୍ନଭଣ୍ଡାର ଗଣତିମଣତି ସମୟରେ ପରିଚାଳନା କମିଟିର ସେବକ ପ୍ରତିନିଧି ରହିବେ । ଆରବିଆଇର ଜଣେ ପ୍ରତିନିଧି ରହିବେ । ଜଣେ ବଣିଆ ସେବକ ରହିବେ । ୧୯୭୮ ମସିହା ଗଣତିମଣତି ତାଲିକା ରିପୋର୍ଟ ସହ ମେଳକ କରାଯିବ । ଭିତର ରତ୍ନଭଣ୍ଡାରର ଗଣତିମଣତି ଶେଷ ପରେ ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯିବ। ସମସ୍ତ ଗଣତିମଣତି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ। ଗଣତିମଣତି ସମୟରେ ଅଧିକୃତ ବ୍ୟକ୍ତି ମାନଙ୍କୁ କଡାକଡି ଯାଞ୍ଚ କରାଯିବ । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁର ଡିଜିଟାଇଜେସନ କରାଯିବ ।
୧୪ ଜୁଲାଇ ୨୦୨୪ରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା । ପ୍ରାଥମିକ ଭାବେ ପ୍ରଥମେ ବାହାର ରତ୍ନ ଭଣ୍ଡାରର ସମସ୍ତ ଅଳଙ୍କାର ସ୍ଥାନାନ୍ତର କରାଯାଇଥିଲା । ୨୦୨୪ ଅଗଷ୍ଟ ୨୩ ତାରିଖରେ ଆଇରନ ସିନ୍ଦୁକ ସ୍ଥାନାନ୍ତର ହୋଇଥିଲା । ପରେ ସେପ୍ଟେମ୍ବର ୨୪ ତାରିଖ ରେ ଏଏସ ଆଇ ଅଧିକାରୀ ମାନଙ୍କ ସ୍ୱତନ୍ତ୍ର ଟିମ ଯାଞ୍ଚ କରିଥିଲା । ଏହା ପରେ ରିପୋର୍ଟ ଆଧାରରରେ ମରାମତି କାର୍ଯ୍ୟ ୧୭ ଡିସେମ୍ବରର କାର୍ଯ୍ୟ ଆରମ୍ଭ ହୋଇଥିଲା । ଯାହାକି ୨୮ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଜାରି ରହିଥିଲା ।