Latest Odisha News

BREAKING NEWS

ମାଫିଆଙ୍କ କବ୍ଜାରେ ଜଙ୍ଗଲ, ସଫା ହେଇଯାଉଛି ବହୁ ମୁଲ୍ୟବାନ କାଠ

ନବରଙ୍ଗପୁର: କାଠମାଫିଆ ଓ ଭୂ-ମାଫିଆଙ୍କ କବ୍ଜାରେ ନବରଙ୍ଗପୁର ଜିଲ୍ଲାର ୩୦ ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲ,ଏମାନଙ୍କ ସହ ହାତ ମିଶାଇଛନ୍ତି କିଛି ଅସାଧୁ ବନକର୍ମଚାରୀ । ଜଙ୍ଗଲ ନଷ୍ଟ କରିବାସହ ବିଭିନ୍ନ ମୁଲ୍ୟବାନ କାଠ ବିକ୍ରି କରି ହେଉଛନ୍ତି ମାଲେମାଲ ।

ନବରଙ୍ଗପୁର ଜିଲ୍ଲାରେ ଗତ ୫ ବର୍ଷ ତଳେ ମୋଟ ୧୭ ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲ ମାଫିଆଙ୍କ ଜବରଦଖଲରେ ରହିଥିଲା । ସଂରକ୍ଷିତ ଜଙ୍ଗଲକୁ ଜବରଦଖଲ କରିଥିବା ଏହି ଭୂ-ମାଫିଆଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବାରୁ ଏହି ମାଫିଆଙ୍କ ମନବଳ ଦିନ କୁ ଦିନ ବଢିବାରେ ଲାଗିଛି । ଯଦ୍ୱାରା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜବରଦଖଲ ଅଞ୍ଚଳ ୧୭ ହଜାର ହେକ୍ଟରରୁ ଅହେତୁକ ବୃଦ୍ଧି ପାଇ ବର୍ତ୍ତମାନ ୩୦ ହଜାର ହେକ୍ଟରରେ ପହଞ୍ଚିଛି । ସ୍ଥାନୀୟ ପ୍ରଶାସନର ଜିଲ୍ଲା ସ୍ତରୀୟ କମିଟିର ତାଜା ରିପୋର୍ଟ ଅନୁସାରେ ବର୍ତ୍ତମାନ ୩୦ ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲ ଭୂ-ମାଫିଆ ଓ କାଠ ମାଫିଆଙ୍କ ଜବରଦଖଲରେ ରହିଛି।

ନବରଙ୍ଗପୁର ଜିଲ୍ଲାରେ ୫୩ ହଜାର ୫ ଶହ ୩୩.୫୫୨ ହେକ୍ଟର ସଂରକ୍ଷିତ ଜଙ୍ଗଲ ରହିଥିବାବେଳେ ୬୮ ହଜାର ୫ ଶହ ୭୭.୦୭୮ ହେକ୍ଟର ପ୍ରସ୍ତାବିତ ଜଙ୍ଗଲ ରହିଛି । ଏବଂ ରାଜସ୍ୱ ଜଙ୍ଗଲ ସହ ଅନ୍ୟନ୍ୟ ଜଙ୍ଗଲକୁ ମିଶାଇ ନବରଙ୍ଗପୁର ଜିଲ୍ଲାରେ ମୋଟ ୨ ଲକ୍ଷ ୪୬ ହଜାର ୨ ଶହ ୭୨.୫୩୨ ହେକ୍ଟର ଜଙ୍ଗଲ ରହିଛି । ଏହି ଜଙ୍ଗଲ ଗୁଡିକରେ ବହୁ ମୂଲ୍ୟବାନ ଓ ପୁରାତନ ଗଛ ଗୁଡିକ ମୁଣ୍ଡ ଟେକି ରହିବାସହ ଜଙ୍ଗଲର ଶୋଭାବର୍ଦ୍ଧନ କରୁଛନ୍ତି । ଏହି ଜଙ୍ଗଲ ଉପରେ କାଠ ମାଫିଆ ଓ ଭୂ-ମାଫିଆଙ୍କ ଲଲୁପ ଦୃଷ୍ଟି କାରଣରୁ ଦିନକୁଦିନ ନୈରାଶ୍ୟଜନକ ଭାବେ ଜଙ୍ଗଲର ଅବକ୍ଷୟ ଘଟୁଛି । ସଂରକ୍ଷିତ ଜଙ୍ଗଲ ମଧ୍ୟରେ ମକା,ଧାନ,ମାଣ୍ଡିଆ,କାନ୍ଦୁଲ,ବିରିଚାଷ କରାଯାଉଛି । ହଜାରହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲକୁ ନଷ୍ଟକରି ଚାଷ ଉପଯୋଗୀ ଜମି ପ୍ରସ୍ତୁତ କରାଯାଇଛି ।

ଜବରଦଖଲ କରାଯାଇଥିବା ଜଙ୍ଗଲଜମିର ୪୦ ପ୍ରତିଶତ ଅଞ୍ଚଳରେ ମକାଚାଷ କରାଯାଉଛି। ୩୦ ହଜାର ହେକ୍ଟର ଜଙ୍ଗଲ ଜବରଦଖଲକାରୀଙ୍କ କବ୍ଜାରେ ରହିଥିବାବେଳେ ସେଥିରୁ କେତେ ପରିମାଣର ରାଜସ୍ବବିଭାଗର ଜଙ୍ଗଲ ରହିଛି ଏହାର ତଥ୍ୟ ରାଜସ୍ବବିଭାଗ ପାଖରେ ନାହିଁ । ନିରୀହ ଗରିବ ଆଦିବାସୀଙ୍କୁ ହାତ ବାରିସୀ କରି କାଠମାଫିଆ ଓ ଭୂ-ମାଫିଆଙ୍କ ସହ ଜଙ୍ଗଲ ବିଭାଗର କିଛି କର୍ମଚାରୀଙ୍କ ମିଳିଭଗତରେ ଗଛକାଟି ସଫା କରିବାସହ ଗଛର ମୂଳ ଅଂଶରେ ନିଆଁ ଲଗାଇ ଛାଡି ଦିଆଯାଉଛି ।

Leave A Reply

Your email address will not be published.