Latest Odisha News

BREAKING NEWS

ରାଜ୍ୟରେ କମିଛି ଶୀତ ହେଲେ ବଢୁଛି କୁହୁଡି : ୧୦ ଡିଗ୍ରୀ ତଳେ ୪ ସହର

ଭୁବନେଶ୍ବର : ରାଜ୍ୟରେ କମିଛି ଶୀତ  । ଆଜି ୧୦ ଡିଗ୍ରୀ ତଳେ ରହିଛି ୪ ସହର  । ୭.୧ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର ପାଲଟିଛି । ସେହିପରି ସିମିଳିଗୁଡାରେ ୮.୩, ଜି.ଉଦୟଗିରିରେ ୯ , ଦାରିଙ୍ଗବାଡିରେ ୯.୫ , କଟକରେ ୧୬.୨ ଓ ଭୁବନେଶ୍ବରରେ ୧୭ ଡିଗ୍ରୀ ରେକର୍ଡ କରାଯାଇଛି । ରାଜ୍ୟରେ ଶୀତ ଟିକିଏ କମିଛି  । ହେଲେ ବିଭିନ୍ନ ସ୍ଥାନରେ ଜନଜୀବନକୁ କଲବଲ କରୁଛି କୁହୁଡି ।  ଘନ କୁହୁଡି ଯୋଗୁଁ  ଯାନବାହନ ଚଳାଚଳରେ ବହୁ ସମସ୍ୟା ଉପୁଜୁଛି । ଅନେକ ସ୍ଥାନରେ ଦୁର୍ଘଟଣା ମଧ୍ୟ ଘଟୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି ।

BjdElectrycity

କେବଳ ଓଡିଶାରେ ନୁହେଁ , ଉତ୍ତର ଭାରତର ବି କୁହୁଡି କବଳରେ ରହିଛି । ଦିଲ୍ଲୀ ଏନସିଆର୍ ର ବିଭିନ୍ନ ଅଞ୍ଚଳରେ ପ୍ରବଳ ଘନ କୁହୁଡି ଦେଖିବାକୁ ମିଳିଥିଲା । କୁହୁଡିର ମାତ୍ରା ଏତେ ଥିଲା ଯେ ଇନ୍ଦିରାଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରେ  ୧୧୦ଟି ବିମାନର ଉଡାଣ ବିଳମ୍ବିତ ହୋଇଥିଲା । ଦୁଇଟି ବିମାନର ଗତି ମଧ୍ୟ ବଦଳାଇ ଦିଆଯାଇଥିଲା ।  ଏପରିକି କିଛି ସ୍ଥାନରେ ଦୃଶ୍ୟତା ୫ମିଟରରୁ କମ୍ ହୋଇଯାଇଥିଲା । ୩୧ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଆସନ୍ତାକାଲି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । କେବଳ ଦିଲ୍ଲୀ ନୁହେଁ ପଞ୍ଜାବ ଓ ହରିୟାଣାରେ ରେଡ୍ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.