Latest Odisha News

BREAKING NEWS

ସଂଶୋଧନ ହେବ ସୂଚନା ଅଧିକାର ଆଇନ : ଆଇନ ମନ୍ତ୍ରୀ

ଭୁବନେଶ୍ୱର:  ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସଂହତ କରିବାରେ ସୂଚନା ଅଧିକାର ଆଇନ ଏକ ବରଦାନ ସଦୃଶ ସାବ୍ୟସ୍ତ ହୋଇଛି ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ସୂଚନା ଅଧିକାର ଆଇନର ୧୯ ବର୍ଷ ପୂର୍ତ୍ତି ପାଳନ ଅବସରରେ ‘ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁସଂହତ କରିବା କ୍ଷେତ୍ରରେ ସୂଚନା ଅଧିକାର ଆଇନର ଭୂମିକା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି,  ସୂଚନା ଅଧିକାର ଆଇନ ସତ୍ୟକୁ ଉଜାଗର କରିବା ସହିତ ଦୁର୍ନୀତିକୁ ନିରୁତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ପ୍ରଚଳିତ ଆଇନରେ ଥିବା ବିଭିନ୍ନ ଅଦରକାରୀ ନିୟମକୁ ସଂଶୋଧିତ କରି ଜନସାଧାରଣଙ୍କୁ କିଭଳି ସୁବିଧାରେ ସହଜରେ ଓ କମ୍‌ ମୂଲ୍ୟରେ ସୂଚନା ମିଳିପାରିବ ସେଥି ନେଇ ରାଜ୍ୟ ସରକାର ଯୋଜନା କରୁଥିବା ସେ କହିଛନ୍ତି। ଏହି ଆଇନକୁ ଅଧିକ ଲୋକାଭିମୁଖୀ କରିବା ସହିତ ଏଥିରେ ଥିବା ପ୍ରାବଧାନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ ସମ୍ପର୍କରେ ସେ କହିଥିଲେ ।
Leave A Reply

Your email address will not be published.