Latest Odisha News

BREAKING NEWS

ଗ୍ରେଡ୍ ପେ ବୃଦ୍ଧି ଦାବିରେ ସଚିବାଳୟ ସେବା ସଂଘର ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ

ଭୁବନେଶ୍ବର: ଓଡ଼ିଶା ସଚିବାଳୟ ସେବା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ । ଗ୍ରେଡ ପେ ବୃଦ୍ଧି ଦାବି ନେଇ ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ତ୍ୱେ ଦାବି ପୂରଣ ହେଉନଥିବାରୁ, ସଚିବାଳୟ ସେବା କ୍ୟାଡ଼ରର କର୍ମଚାରୀମାନେ ଆଜି ଅର୍ଥାତ୍ ଫେବୃୟାରୀ ୧୩ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦେଇଛନ୍ତି ।

କୌଣସି ଅଧିକ ଆଲୋଚନା ଓ ପର୍ଯ୍ୟାଲୋଚନା ନକରି ସଂଘର ଦାବି ଯଥାଶୀଘ୍ର ପୂରଣ ନିମନ୍ତେ ସରକାରଙ୍କୁ ଚେତାବନୀ ଦେଇଛି ସଂଘ । ଏହି କର୍ମଚାରୀମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ସଚିବାଳୟ କାର୍ଯ୍ୟ ଠପ୍ ହୋଇଯିବାର ଆଶଙ୍କା ରହିଛି ।

ଗତକାଲି ସଚିବାଳୟ ସେବା ସଂଘର ସଦସ୍ୟ ମାନେ ଏକତ୍ରିତ ହୋଇ ସରକାରଙ୍କର ସଂଘର ଦାବି ପ୍ରତି ଥିବା ବୈମାତୃକ ମନୋଭାବ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସଂଘ ତରଫରୁ ଦୀର୍ଘ ଦିନ ହେବ ସରକାରଙ୍କୁ ଦିଆଯାଇଥିବା ନ୍ୟାର୍ଯ୍ୟ ଦାବି ଉପରେ ବାରମ୍ବାର ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଆଲୋଚନା ସତ୍ତ୍ଵେ ପ୍ରଶାସନର ଉଦାସୀନତା ହେତୁ କୌଣସି ସୁଫଳ ମିଳୁନାହିଁ ।

ତେଣୁ ପ୍ରଶାସନର ଏହି ଉଦାସୀନତା ମନୋଭାବକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ସାଧାରଣ ସମ୍ପାଦକ ପ୍ରଯତ୍ନ ବରାଳ କହିଛନ୍ତି । ଏହାକୁ ସଂଘର ବିଭିନ୍ନ ବର୍ଗରେ ସ୍ଵାଗତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ଉପ ସଭାପତି ଅକ୍ଷୟ କୁମାର ପରିଡ଼ା ଓ ପ୍ରତ୍ୟୁଷ କୁମାର କଅଁର, ସମ୍ପାଦକ ଅମିତ୍ କୁମାର ମହାନ୍ତି, ବିବେକାନନ୍ଦ ସାହୁ, ଲଲିତ ମୋହନ ଦାସ, ବିଷ୍ଣୁ ଚରଣ ନାଏକ, ଚିରଞ୍ଜିବୀ ସ୍ୱାଇଁ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ନିମନ୍ତେ ଆଜି ଠାରୁ ଅନିର୍ଦ୍ଧିଷ୍ଠକାଳ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦକରି ପଞ୍ଚାୟତିରାଜ ବିଭାଗ ପଡିଆରେ ସମ୍ମୀଳିତ ହୋଇ ଧାରଣାରେ ବସିବାପାଇଁ ସଂଘର ସାଧାରଣ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

 

Leave A Reply

Your email address will not be published.