Latest Odisha News

BREAKING NEWS

ପୁଅ ପୋଲିସ ପାଖରେ ଆତ୍ମସମର୍ପଣ କଲା, ବାପାର ଗଳା କାଟିଦେଲେ ନକ୍ସଲ

ମାଲକାନଗିରି: ପୁଅ ଆତ୍ମସମର୍ପଣ କଲା ବୋଲି ବାପାଙ୍କ ଗଳାକାଟି ହତ୍ୟା କଲେ ମାଓବାଦୀ । ଏଭଳି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେଓ୍ବାଡା ଜିଲ୍ଲାରେ । ଟାର୍ଗେଟରେ ଏବେ ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କ ପରିବାର । ଅସ୍ତ୍ର ଛାଡି ଘରକୁ ବାହୁଡୁଥିବା ମାଓବାଦୀଙ୍କ ପରିବାର ଲୋକଙ୍କୁ ଦଣ୍ଡ ଦେଉଛି ମାଓ ସଂଗଠନ । 

ସୂଚନାଯୋଗ୍ୟ, ଗତ ୨୦୨୦ ମସିହା ଜୁଲାଇ ମାସରେ ପୁଅ ଯୋଗା କବାସୀ ମାଓ ସଂଗଠନରୁ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିଥିଲେ । ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇ କଟେକଲ୍ୟାଣ କ୍ଷେତ୍ର ଅନ୍ତର୍ଗତ ମଡ୍ ଗେଦମ୍ ଗାଁର ଯୋଗାଙ୍କ ବାପା ଲକ୍ଷ୍ମା କବାସୀଙ୍କୁ ରାତି ଅଧରେ ଘରୁ ଉଠାଇ ନେଇଥିଲେ । ଏନେଇ କଟେକଲ୍ୟଣ ଥାନାରେ ଏତଲା ହେବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା ।

ଗତକାଲି ସନ୍ଧ୍ୟାରେ ଗାଁ ନିକଟ ଜଙ୍ଗଲରେ ମାଟି ତଳେ ଶବ ଠାବ କରିଥିଲା ପୋଲିସ । ତଦନ୍ତରୁ ଲକ୍ଷ୍ମାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡିଛି । ଏହା ସହିତ ମୃତଦେହ ନିକଟରେ ସିପିଆଇ ମାଓ ସଂଗଠନ ଏକ ଚିଠି ମଧ୍ୟ ଜବତ କରିଛି ପୋଲିସ । 

Leave A Reply

Your email address will not be published.