ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏବେ ଖୁବ୍ ଚର୍ଚ୍ଚାରେ । ଶନିବାର ଏହାର ଏକ ଗୀତ ‘ଜୟ ଶ୍ରୀ ରାମ’ ରିଲିଜ୍ ହୋଇଛି । ଏହି ଗୀତ ଜବରଦସ୍ତ ହୋଇଛି । ଏହି ଗୀତକୁ ଲୋକେ ବହୁତ ପସନ୍ଦ କରିଛନ୍ତି । ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି । ଜୁନ୍ ୧୬ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି ।
ରାମାୟଣର କାହାଣୀକୁ ବଡ଼ ପରଦାରେ ଦେଖିବାକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମଟି ହାଇବଜେଟ୍ରେ ନିର୍ମିତ ହୋଇଛି । ଏହାର ଟ୍ରେଲରକୁ ଦର୍ଶକ ଖୁବ୍ ପସନ୍ଦ କରିଥିବାରୁ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି । ଫିଲ୍ମ ‘ଆଦିପୁରୁଷ’ରେ ପ୍ରଭାସ ଭଗବାନ ରାମଙ୍କ ଭୂମିକାରେ ନଜର ଆସିଥିବା ବେଳେ ସୀତା ମାଆଙ୍କ ରୂପରେ ଅଭିନେତ୍ରୀ କ୍ରିତି ସାନନ୍ଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମଟି ପ୍ରାୟ ୭ଶହ କୋଟି ଟଙ୍କାରେ ନିର୍ମିତ ହୋଇଛି ।
Comments are closed.