Latest Odisha News

BREAKING NEWS

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପୂର୍ବରୁ ୱାର୍ମ ଅପ ଖେଳିବା ପାଇଁ ଯୋଜନା କରୁଛି ଟିମ ଇଣ୍ଡିଆ

ମୁମ୍ବାଇ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ । ରିପୋର୍ଟ ମୁତାବକ ଫାଇନାଲ ପୂର୍ବରୁ ଭାରତ ଏକ ୱାର୍ମ ଅପ ମ୍ୟାଚ ଖେଳିବା ପାଇଁ ଯୋଜନା କରୁଛି । ଏଥିପାଇଁ ଜୁନ ପୂର୍ବରୁ ସମସ୍ତ ଖେଳାଳିଙ୍କୁ ଇଂଲଣ୍ଡରେ ପଂହଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଇପିଏଲ ଶେଷ ହେଉ ହେଉ କେତେକ ଖେଳାଳି ସଙ୍ଗେ ସଙ୍ଗେ ୟୁକେ ଯିବେ । ୩ଟି ପର୍ଯ୍ୟାୟରେ ଖେଳାଳିମାନେ ସେଠାରେ ପଂହଚିବେ । ପ୍ରଥମ ପର୍ଯ୍ୟାୟ ୨୩ରେ ଏବଂ ବାକି ୨ଟି ଟିମ ୩୦ ପରେ ଯିବେ । ୱାର୍ମ ଅପ ମ୍ୟାଚ ହେବ କି ନାହିଁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ଜୁନ ୭ରୁ ଫାଇନାଲ ମ୍ୟାଚ ଆରମ୍ଭ ହେବ ।

ଭାରତୀୟ ଟିମ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାନେ, ଈଶାନ କିଶାନ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱୀନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ ।
ଷ୍ଟାଣ୍ଡବାଇ: ରିତୁରାଜ ଗାଏକ୍ୱାଡ, ଦୀପକ ଚହର ଓ ସରଫରାଜ ଖାଁ ।

Leave A Reply

Your email address will not be published.