Latest Odisha News

BREAKING NEWS

ଅଜଗର ସହ ଖେଳୁଛି ପିଲା, ଲୋକେ କହିଲେ ଦାୟିତ୍ୱହୀନ ପିତାମାତା

ଦୁନିଆରେ ଅନେକ ସାପ ଅଛନ୍ତି । ଆଉ ସେ ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଛୋଟ ପିଲା ଗୋଟେ ବିଶାଳ ଅଜଗର ସାପ ସହ ଖେଳୁଛି ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ବିନା ଭୟରେ ଛୋଟ ପିଲାଟି ସାହସର ସହିତ ଏକ ବିଶାଳ ସାପ ସହ ଖେଳୁଛି । ସତେ ଯେପରି ଏକ ଖେଳନା । ସାପଟି ମଧ୍ୟ ଆକ୍ରମଣ କରିବାକୁ ଚେଷ୍ଟା କରୁନାହିଁ । ପିଲାଟି ସାପ ଉପରେ ବସିବା ସହ ଟାଣୁଛି । ଆଉ ସାପଟି ଚାଲିଯିବାରୁ ପିଲାଟି ଦୌଡ଼ିକି ଯାଇ ତା ବେକକୁ ଜୋରରେ ଧରି ଟାଣୁଛି , ଯାହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ ।

ଏହି ଭିଡ଼ିଓ ଦେଖିବା ପରେ ଅନେକ ନକରାତ୍ମକ ମନ୍ତବ୍ୟ ଦେଇଛନ୍ତି । ଯିଏ ହାତରେ କ୍ୟାମେରା ଧରି ଏହି ଭିଡିଓ କ୍ୟାପଚର କରୁଥିଲେ ତାଙ୍କୁ ଧନ୍ୟବାଦ ଦେବା ଦରକାର । ଏତେ ଛୋଟ ପିଲାଙ୍କୁ ଅଜଗର ପାଖକୁ ଛାଡ଼ି ଭିଡ଼ିଓ ସୁ୍‌ଟ୍ କରିବା କେବଳ ଦାୟିତ୍ୱହୀନତାର ପ୍ରମାଣ ବୋଲି ଅନେକ ମତ ଦେଇଛନ୍ତି । ଭିଡିଓ ଉପରେ ଅସନ୍ତୋଷ ବ୍ୟକ୍ତ କରି ଆଉ କିଛି ଲୋକ ତାଙ୍କ ପିତାମାତା କେଉଁଠାରେ ଅଛନ୍ତି ବୋଲି ପଚାରୁଛନ୍ତି ।

Leave A Reply

Your email address will not be published.