ନୂଆଦିଲ୍ଲୀ: ଦିଲ୍ଲୀରେ ଜଳୁଥିବା ନାଗିରକତା ନିଆଁକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଆଜି କଂଗ୍ରେସର ଏକ ବୈଠକ ବସିଥିଲା । ଏହାପରେ ସାମ୍ବାଦିକ ସମ୍ମିଳନୀ କରି ସେ କେନ୍ଦ୍ର ସରକାରଙ୍କୁ ୪ଟି ପ୍ରଶ୍ନ କରିଛନ୍ତି । ଏଥିସହ ଦିଲ୍ଳୀ ହିଂସା ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛନ୍ତି । ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ସୋନିଆ ଗାନ୍ଧୀ ।
୩ ଦିନ ହେଲାଣି ଦିଲ୍ଲୀର ସ୍ଥିତି ଚିନ୍ତାଜନକ ରହିଛି । ଏପର୍ଯ୍ୟନ୍ତ କ’ଣ କରୁଥିଲେ ଗୃହମନ୍ତ୍ରୀ । ହିଂସା ସୃଷ୍ଟି ହୋଇଥିବା ସ୍ଥାନରେ କେତେ ପୋଲିସ ଫୋର୍ସ ମୃତୟନ ଥିଲେ । ଉର୍ତେଜନା ହେବା ପରେ ମଧ୍ୟ ସେନାଙ୍କୁ ମୃତୟନ କ’ଣ ପାଇଁ କରାଯାଇନଥିଲା ବୋଲି ସୋନିଆ ପ୍ରଶ୍ନ କରିଛନ୍ତି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କ’ଣ କରୁଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଲ୍ଲୀ ହିଂସାକୁ ନେଇ ଟ୍ୱିଟ୍ କରିଛନ୍ତି । ଦିଲ୍ଲୀ ପୋଲିସକୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି । ସେ ଲେଖିଛନ୍ତିି ଗୃହମନ୍ତ୍ରୀ ହୁଅନ୍ତୁ କି ଗୃହମନ୍ତ୍ରାଳୟ, ସରକାରଙ୍କ କର୍ତବ୍ୟ ହିଂସା ବନ୍ଦ କରିବା । ୩ ଦିନ ହେବ ହିଂସା ଲାଗି ରହିଛି । ଯାହା ଦିଲ୍ଲୀ ପୋଲିସର ବିଫଳତାକୁ ଦର୍ଶାଇଛି ।
BREAKING NEWS
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
- Metro Rail Project in Odisha: ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି
- ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
- ଟି୨୦: ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୮ ଓପନରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
- ଉତ୍କଳିକା – କୋଚିନ ଓଡ଼ିଆ ସଂଘ ଦ୍ୱାରା ୧୬ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳିତ
- ସିଙ୍ଗାପୁରରେ ପାଳିତ ହେଲା ଉତ୍କଳ ଦିବସ ୨୦୨୬, ମନମୁଗ୍ଧ କଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ
Comments are closed.