ନୂଆଦିଲ୍ଲୀ: ଦିଲ୍ଲୀରେ ଜଳୁଥିବା ନାଗିରକତା ନିଆଁକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଅଧ୍ୟକ୍ଷତାରେ ଆଜି କଂଗ୍ରେସର ଏକ ବୈଠକ ବସିଥିଲା । ଏହାପରେ ସାମ୍ବାଦିକ ସମ୍ମିଳନୀ କରି ସେ କେନ୍ଦ୍ର ସରକାରଙ୍କୁ ୪ଟି ପ୍ରଶ୍ନ କରିଛନ୍ତି । ଏଥିସହ ଦିଲ୍ଳୀ ହିଂସା ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦାୟୀ କରିଛନ୍ତି । ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ସୋନିଆ ଗାନ୍ଧୀ ।
୩ ଦିନ ହେଲାଣି ଦିଲ୍ଲୀର ସ୍ଥିତି ଚିନ୍ତାଜନକ ରହିଛି । ଏପର୍ଯ୍ୟନ୍ତ କ’ଣ କରୁଥିଲେ ଗୃହମନ୍ତ୍ରୀ । ହିଂସା ସୃଷ୍ଟି ହୋଇଥିବା ସ୍ଥାନରେ କେତେ ପୋଲିସ ଫୋର୍ସ ମୃତୟନ ଥିଲେ । ଉର୍ତେଜନା ହେବା ପରେ ମଧ୍ୟ ସେନାଙ୍କୁ ମୃତୟନ କ’ଣ ପାଇଁ କରାଯାଇନଥିଲା ବୋଲି ସୋନିଆ ପ୍ରଶ୍ନ କରିଛନ୍ତି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କ’ଣ କରୁଛନ୍ତି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଲ୍ଲୀ ହିଂସାକୁ ନେଇ ଟ୍ୱିଟ୍ କରିଛନ୍ତି । ଦିଲ୍ଲୀ ପୋଲିସକୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି । ସେ ଲେଖିଛନ୍ତିି ଗୃହମନ୍ତ୍ରୀ ହୁଅନ୍ତୁ କି ଗୃହମନ୍ତ୍ରାଳୟ, ସରକାରଙ୍କ କର୍ତବ୍ୟ ହିଂସା ବନ୍ଦ କରିବା । ୩ ଦିନ ହେବ ହିଂସା ଲାଗି ରହିଛି । ଯାହା ଦିଲ୍ଲୀ ପୋଲିସର ବିଫଳତାକୁ ଦର୍ଶାଇଛି ।
BREAKING NEWS
- Manipur Violence: ମଣିପୁରରେ ପୁଣି ହିଂସା, NIAକୁ ମାମଲା ହସ୍ତାନ୍ତର କଲେ ରାଜ୍ୟପାଳ
- President Visit Odisha: ରାଷ୍ଟ୍ରପତିଙ୍କ ଗସ୍ତକୁ ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
- Rath Yatra: ରଥଖଳାରେ ପହଞ୍ଚିଲା କାଠ, ମାଘ ପଞ୍ଚମୀରେ ଅନୁକୂଳ ହେବ ରଥକାଠ
- Maoists Killed: ମାଓ ସଂଗଠନକୁ ପୁଣି ବଡ଼ ଝଟକା: ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ
- Ganjam Group Clash: ଗଞ୍ଜାମ ପଥରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ପରସ୍ପର ଉପରକୁ କଲେ ପଥର ମାଡ଼
- IND vs NZ: ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ
- Nandankanan Open: ସାଧାରଣତନ୍ତ୍ର ଦିବସରେ ଖୋଲା ରହିବ ନନ୍ଦନକାନନ
- ଦୁନିଆ ତୁଳନାରେ ଆମ ଦେଶର ପିଲା ହୋଇଯାଉଛନ୍ତି ଗେଡ଼ା, ସାମ୍ନାକୁ ଆସିଲା କାରଣ; ରିପୋର୍ଟରେ ବଡ଼ ଖୁିଲାସା
- ପୁଅର ବାହାଘର ପୂର୍ବରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ବାପାର ଜୀବନ
- ବାହୁଦା ନଦୀରେ ବୁଡିଗଲେ ୨ ନାବାଳକ ଛାତ୍ର
Comments are closed.