Latest Odisha News

BREAKING NEWS

ଆସନ୍ତୁ ଜାଣିବା ଏକମାତ୍ର କୌରବଙ୍କ ବିଷୟରେ ଯିଏ ପାଣ୍ଡବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲେ

ପୁରୀ: ମହାଭାରତର ଏକ କମ୍ ଚର୍ଚ୍ଚିତ ବ୍ୟକ୍ତିତ୍ୱ ହେଉଛନ୍ତି ଯୁଯୁତ୍ସୁ । ସେ କୌରବ ହେବା ସତ୍ୱେ ଯୁଦ୍ଧକ୍ଷେତ୍ରରେ ପାଣ୍ଡବଙ୍କ ପକ୍ଷରୁ ଲଢ଼ିଥିଲେ । ପ୍ରାୟ ସମସ୍ତେ ଜାଣନ୍ତି ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ୧୦୦ ପୁତ୍ର ହେଲେ କୌରବ । ତେବେ ଯୁଯୁତ୍ସୁ କିପରି କୌରବ ହେଲେ ? ଗାନ୍ଧାରୀ ଗର୍ଭବତୀ ଥିବା ସମୟରେ ଜଣେ ଦାସୀ ଧୃତରାଷ୍ଟ୍ରଙ୍କ କଥା ବୁଝିଥିଲେ । ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବୀଡ ହେଲା ଏବଂ ଦାସୀ ଯୁଯୁତ୍ସୁଙ୍କ ଜନ୍ମ ଦେଲେ । ଯେ ହେତୁ ସେ ଧୃତରାଷ୍ଟ୍ର ପୁତ୍ର ସେଥିପାଇଁ କୌରବ ଭାବେ ତାଙ୍କୁ ମଧ୍ୟ ଗଣତି କରାଯାଏ ।

ସେ ସର୍ବଦା ଧର୍ମ ସପକ୍ଷରେ ରହୁଥିଲେ । ଏପରି କି ଦ୍ରୌପଦୀଙ୍କ ବସ୍ତ୍ରହରଣ ସମୟରେ ସେ ରାଜସଭାରେ ବିରୋଧ କରିଥିଲେ । ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଯୁଧିଷ୍ଠିର ଘୋଷଣା କରିଥିଲେ ଯେଉଁମାନେ ପାଣ୍ଡବ ପକ୍ଷକୁ ଆସିବାକୁ ଚାହୁଁଛନ୍ତି ନିଦ୍ୱର୍ନ୍ଦ୍ୱରେ ଆସନ୍ତୁ । ଏହା ଶୁଣିବା ମାତ୍ରେ ଯୁଯୁତ୍ସୁ ପାଣ୍ଡବଙ୍କ ପଟକୁ ଆସିଥିଲେ । ଯାହା କି ସମସ୍ତଙ୍କୁ ଚକିତ କରିଥିଲା । ଯୁଯୁତ୍ସଙ୍କୁ ପାଣ୍ଡବମାନେ ଅସ୍ତ୍ରଶସ୍ତ୍ର ନେବା ଆଣିବା କାର‌୍ୟ୍ୟରେ ନିୟୋଜିତ କରିଥିଲେ । ଅନ୍ୟ ଅର୍ଥରେ ଯୁଦ୍ଧ ପରେ ସେ ଏକମାତ୍ର କୌରବ ଭାବେ ଜୀବିତ ଥିଲେ ।

Leave A Reply

Your email address will not be published.