ପଶ୍ଚିମବଙ୍ଗ : ନିର୍ବାଚନ ପୂର୍ବରୁ ପଦାରେ ପଡ଼ିଲା ପଶ୍ଚିମବଙ୍ଗ ବିଜେପିର ଗୋଷ୍ଠୀ କନ୍ଦଳ । ବିଜେପି କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ । ଦଳୀୟ କାର୍ଯ୍ୟାଳୟ ଉପରକୁ ପଥର ମାଡ଼ ସହ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।
ପୂର୍ବ ବର୍ଦ୍ଧମାନର ବିଜେପି କର୍ମୀ ସନ୍ଦୀପ ନନ୍ଦୀଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇବାକୁ ଦାବି କରିଛନ୍ତି । ସନ୍ଦୀପ ନନ୍ଦୀ ଦଳ ବିରୋଧୀ କାର୍ଯ୍ୟରେ ସଂପୃକ୍ତ ଥିବା ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ଏହାକୁ ନେଇ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ବିଜେପି କର୍ମୀ ଦଳୀୟ କାର୍ଯ୍ୟାଳୟକୁ ପଥର ମାଡ଼ କରିବା ସହ କିଛି ଗାଡିରେ ନିଆଁ ଲଗାଇ ଦେଇଛନ୍ତି ।
ଅନ୍ୟପଟେ ପଶ୍ଚିମବଙ୍ଗର ଅସନସୋଲ ବିଜେପି ସାଂସଦ ବାବୁଲ ସୁପ୍ରିୟୋଙ୍କ ବୈଠକରେ ବି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ବୈଠକ ବେଳେ ଅସନସୋଲ ବିଜେପି କର୍ମୀ ଦଳୀୟ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ଟିଏମସି କର୍ମୀଙ୍କୁ ଦଳରେ ମିଶାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ଅସନସୋଲ ବିଜେପି କର୍ମୀ ।
BREAKING NEWS
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
- Menstrual leave:’ମହିଳାଙ୍କୁ କେହି ଚାକିରି ଦେବେ ନାହିଁ…’; ମାସିକ ଋତୁସ୍ରାବ ଛୁଟି ସମ୍ପର୍କିତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ
- ଆଇପିଏଲ ୨୦୨୬ ସିଜନରୁ ଓହରିଲେ ହର୍ଷିତ ରାଣା
- ଆଇପିଏଲ ପାଇଁ ପିଏସଏଲ ଛାଡିଲେ ବ୍ଲେସିଙ୍ଗ ମୁଜାରବାନୀ
- ଜମି ଭାଗ ପାଇଁ ଡବଲ ମର୍ଡର; ନିଜ ବଡ଼ ଭାଇ ଓ ମା’ଙ୍କୁ ହତ୍ୟା…
- ‘ଗ୍ଲୋବାଲ ସମିଟ୍ ଅନ୍ ବ୍ଲୁ ଇକୋନୋମି ୨୦୨୬’ ଉଦଘାଟିତ; ନୀଳ ଅର୍ଥନୀତି କ୍ଷେତ୍ରରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ଏକତ୍ରିତ…
Comments are closed.