Latest Odisha News

ଦୁନିଆର ସବୁଠୁ ଦାମିକା ଲୁଣ, ଦର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ମାନବ ଜୀବନ ନିମନ୍ତେ ଲୁଣ ଏକ ଅପରିହାର୍ଯ୍ୟ ଉପାଦାନ ଓ ମୌଳିକ ସ୍ୱାଦ ନିମନ୍ତେ ଏହା ଅତ୍ୟନ୍ତ ଆବଶ୍ୟକ । ଉଦ୍ଭିଦ ତନ୍ତୁମାନଙ୍କରେ ପ୍ରାଣୀମାନଙ୍କ ତନ୍ତୁ ଅପେକ୍ଷା ଅଧିକ ଲୁଣ ଥାଏ । ଲୁଣ ଏକ ସର୍ବପୁରାତନ ଖାଦ୍ୟ ସ୍ୱାଦକାରୀ ଓ ଖାଦ୍ୟ ସଂରକ୍ଷଣକାରୀ ପଦାର୍ଥ । କାରଣ ଲୁଣ ଖାଦ୍ୟରେ ସ୍ଵାଦ ଆସେନାହିଁ । ଭାରତରେ ଲୁଣ କିଲୋଗ୍ରାମ ପିଛା ୧୦ ରୁ ୩୦ ଟଙ୍କାରେ ମିଳିଯାଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଲୁଣ ବିଷୟରେ କହିବୁ ଯାହାର ମୂଲ୍ୟ ହଜାର ଉପରେ | ଆଜ୍ଞା ହଁ, ତେବେ ସେ ଲୁଣ ଭାରତରେ ନୁହେଁ ବରଂ ଏହି ସ୍ଥାନରେ ମିଳେ । ଆସନ୍ତୁ ଜାଣିବା ସେ ଲୁଣ ବିଷୟରେ…

ଲୁଣ ବିନା ଖାଦ୍ୟର କଳ୍ପନା ବି କରାଯାଇପାରିବନି । କାରଣ ଖାଦ୍ୟରେ ସ୍ଵାଦ କେବଳ ଲୁଣ ହିଁ ବଢାଇଥାଏ । ଖାଦ୍ୟ ଯେତେ ବି ଭଲ ହେଉନା କାହିଁକି, ଯଦି ଏଥିରେ ଲୁଣ ନଥାଏ ତେବେ ଖାଦ୍ୟ ସମ୍ପୁର୍ଣ୍ଣ ବେସ୍ୱାଦ ଲାଗେ । ଭାରତରେ ଅନେକ ପ୍ରକାରର ଲୁଣ ମିଳେ । ଯେପରିକି ଆୟୋଡିନ୍ ଯୁକ୍ତ ଲୁଣ, କଳା ଲୁଣ, ବିଟ୍ ଲୁଣ, ସନ୍ଧେବ ଲୁଣ ଇତ୍ୟାଦି । ଆୟୋଡିନ୍ ଯୁକ୍ତ ଲୁଣ ସାଧାରଣତଃ ଘରେ ବ୍ୟବହାର ହୋଇଥାଏ । ସେହିପରି ବ୍ରତ ଉପବାସରେ ସାଧାରଣତଃ ସନ୍ଧେବ ଲୁଣ ବ୍ୟବହାର କରାଯାଏ । ତେବେ ଗୁଜୁରାଟରୁ ଉତ୍ପନ୍ନ ଆୟୋଡିନ ଯୁକ୍ତ ଲୁଣ ପୁରା ଦେଶରେ ବ୍ୟବହାର କରାଯାଏ । ସେପଟେ ପାକିସ୍ତାନରୁ ଆସିଥାଏ ସନ୍ଧେବ ଲୁଣ ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଲୁଣ ବିଷୟରେ କହିବୁ ଯାହାର ମୂଲ୍ୟ ହଜାର ଟଙ୍କା ଉପରେ । ଏହାକୁ ସବୁଠାରୁ ମହଙ୍ଗା ଲୁଣ ମଧ୍ୟ କୁହାଯାଏ ଏବଂ ଏହାକୁ କୋରିଆନ୍ ଲୁଣ କୁହାଯାଏ । ଏହା ଏକ ସ୍ୱତନ୍ତ୍ର ଉପାୟରେ ଏବଂ ସ୍ୱତନ୍ତ୍ର ସାମଗ୍ରୀରୁ ତିଆରି ହୋଇଥାଏ, ଯେଉଁଥିପାଇଁ ଏହାର ମୂଲ୍ୟ ମଧ୍ୟ ଅଧିକ ଥାଏ । ବାସ୍ତବରେ ଏହା କୋରିଆଇ ବାଉଁଶରୁ ତିଆରି ହୋଇଥାଏ । ଏହା କୋରିଆଇ ବାଉଁଶ ଲୁଣ, ବାଇଗଣୀ ବାଉଁଶ ଲୁଣ କିମ୍ବା ଜୁଗ୍ୟୋମ୍ ଭାବରେ ମଧ୍ୟ ଜଣାଶୁଣା । ବଜାରରେ ଏହାର ମୁଲ୍ୟ ୨୫୦ ଗ୍ରାମକୁ ୭୫୦୦ ଟଙ୍କା ଅର୍ଥାତ୍ କିଲୋ ପ୍ରତି ୩୦ ହଜାର ଟଙ୍କାରେ ବିକ୍ରି ହୋଇଥାଏ ଏହି ଲୁଣ ।

ଅନେକ ଯୁଗ ଧରି ଏହି ଲୁଣ କୋରିଆ ପାକ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ହୋଇଆସଛି। ଏହି ଲୁଣର ବ୍ୟବହାର ବିଂଶ ଶତାବ୍ଦୀରେ ଆରମ୍ଭ ହୋଇଛି।  ଏଥିରେ ଔଷଧୀୟ ଗୁଣ ରହିଥିବା ଯୋଗୁଁ ପାରମ୍ପରିକ କୋରିଆ ଔଷଧରେ ଏହାକୁ ବ୍ୟବହାର କରାଯାଉଥିଲା । ଏହି ବାଉଁଶ ଲୁଣକୁ ତିଆରି କରିବା ପାଇଁ ପ୍ରଥମେ ଗୋଲ ଆକୃତିର କଟାଯାଇଥିବା ବାଉଁଶ ବ୍ୟାରେଲ୍ ଭିତରେ ସମୁଦ୍ର ଲୁଣ ଭରାଯାଏ ଏବଂ ତାକୁ ଉଚ୍ଚ ତାପମାତ୍ରାରେ ଭଜାଯାଇ ଲୁଣ ପ୍ରସ୍ତୁତ କରାଯାଏ । ବାଉଁଶ ବ୍ୟାରେଲ ଭିତରେ ଲୁଣ ରଖି ଭାଜିବା ଦ୍ବାରା ବାଉଁଶରେ ରହିଥିବା ଖଣିଜ ପଦାର୍ଥ ଲୁଣ ସହିତ ମିଶିଯାଏ । ଯଦ୍ୱାରା ଏହି ଲୁଣ ଖଣିଜ ପଦାର୍ଥଯୁକ୍ତ ଲୁଣରେ ପରିଣତ ହୋଇଯାଏ। ଅନେକ ଥର ଭଜା ହେବା ଦ୍ୱାରା ଲୁଣର ରଙ୍ଗ ମଧ୍ୟ ପରିବର୍ତ୍ତନ ହୁଏ । ଏହାପରେ ଏହି ଲୁଣ ଏକ ଦୃଢ଼ ପଥର ଆକୃତିକୁ ଚାଲିଆସେ। ଯାହାକୁ ଭାଙ୍ଗି ଗୁଣ୍ଡ କରି ବ୍ୟବହାର କରାଯାଏ।

ଏବେ ଆପଣଙ୍କ ମନରେ ମନରେ ପ୍ରଶ୍ନ ଆସୁଥିବ ଯେ, ଏହି ଲୁଣର ଦାମ ଏତେ କ’ଣ ପାଇଁ? କାରଣ ଏହାକୁ ତିଆରି କରିବା ବହୁତ କଷ୍ଟ। ଏହି ଲୁଣକୁ ପ୍ରସ୍ତୁତ କରିବା ପ୍ରକ୍ରିୟା ଏତେ କଷ୍ଟକର ଯେ, ଏହାକୁ ତିଆରି କରିବା ଲାଗି ୫୦ ଦିନ ସମୟ ଲାଗିଯାଏ । ଏହି ଲୁଣକୁ ସବୁଠାରୁ ଶୁଦ୍ଧ ବୋଲି ମଧ୍ୟ କୁହାଯାଏ । ସେଥିପାଇଁ ଏହି ଲୁଣର ଦାମ ଅଧିକ ହୋଇଥାଏ ।

 

Comments are closed.