Latest Odisha News

BREAKING NEWS

ମାତିଲେ ଚୋରଦଳ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଚୋରେଇ ନେଲେ ବୈଦ୍ୟୁତିକ ସାମଗ୍ରୀ

ନବରଙ୍ଗପୁର: ଜିଲ୍ଲାରେ ଚୋରଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚୋରି ହୋଇଥିବା ଅଭିଯୋଗ ଆସିଛି। ସୂଚନା ଅନୁସାରେ ରବିବାର ରାତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିର୍ବାଚନ ଉପ ବିଭାଗ କକ୍ଷ ଏବଂ ଡେପୁଟି କଲକ୍ଟରଙ୍କ କକ୍ଷରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟର ତାଲା ଭାଙ୍ଗି ଦୁର୍ବୃତ୍ତ ମାନେ ୪ଟି କମ୍ପ୍ୟୁଟର ସହ ପ୍ରିଣ୍ଟର ମେସିନ ଓ ଦୁଇଟି ସିପିୟୁ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ପ୍ରାଥମିକ ସୂଚନା ଅନୁଯାୟୀ, ରବିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛୁଟି ଥିଲା। ଏହାର ସୁଯୋଗ ଉଠାଉ ଚୋରଙ୍କ ଏକ ଗୋଷ୍ଠୀ ଆସି ଏହି କମ୍ପ୍ୟୁଟର ଚୋରି କରିଛନ୍ତି। ସୋମବାର କାର୍ଯ୍ୟାଳୟର କିଛି କର୍ମଚାରୀ ଆସି ଦେଖିବା ପରେ ଏହି ଚୋରି ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ପୋଲିସ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

କାର୍ଯ୍ୟଳୟରେ ଲାଗିଥିବା ସିସିଟିଭି କେତୋଟି ଅଚଳ ଥିବା ବେଳେ ଅନ୍ୟ କେତୋଟି କାର୍ଯ୍ୟକ୍ଷମ ରହିଛି। ରାତି ଜଗୁଆଳି ଓ ହୋମ ଗାର୍ଡମାନେ ଚୋରି ସମୟରେ କେଉଁଠି ଥିଲେ ସେ ନେଇ ତଦନ୍ତ ଚାଲିଛି। ଅନ୍ୟପଟେ ପୋଲିସ ଏକ ସାଇଣ୍ଟିଫିକ୍ ଦଳ ଏବଂ ସନ୍ଧାନକାରୀ କୁକୁରକୁ ଘଟଣାସ୍ଥଳକୁ ନେଇ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.