Latest Odisha News

BREAKING NEWS

ବହୁ ସମସ୍ୟା ଭିତରେ ଚାଲିଛି ଖଡ଼ିଆଳ ସରକାରୀ ମୋଡେଲ ଡିଗ୍ରୀ କଲେଜରେ ପାଠପଢା, ଅଧ୍ୟାପକ ନିଯୁକ୍ତି ପାଇଁ ଦାବି

ନୂଆପଡ଼ା: ପ୍ରତି କଲେଜରେ ଯୁବ ଓଡିଶା କାର୍ଯ୍ୟକ୍ରମ କରିବାରେ ଏବେ ବ୍ୟସ୍ତ ଅଛନ୍ତି ରାଜ୍ୟ ସରକାର l ହେଲେ କଲେଜ ସମସ୍ୟା ପ୍ରତି ତିଳେ ମାତ୍ର ନିଘା ନାହିଁ । ନୂଆପଡା ଜିଲ୍ଲା ଖଡ଼ିଆଳ ସରକାରୀ ମୋଡେଲ ଡିଗ୍ରୀ କଲେଜରେ ବର୍ଷ ବର୍ଷ ଧରି ନାହାନ୍ତି ଆବଶ୍ୟକ ଅଧ୍ୟାପକ l ଖଡ଼ିଆଳ ଠାରେ ୨୦୧୬ ମସିହା ରେ ଜିଲ୍ଲା ର ଏକ ମାତ୍ର ସରକାରୀ ମୋଡେଲ ଡିଗ୍ରୀ କଲେଜ ସ୍ଥାପନ କଲେ ରାଜ୍ୟ ସରକାର l ଏହି କଲେଜ ରେ ଏବେ ୧୧୬୦ ଛାତ୍ରଛାତ୍ରୀ ପଡୁଛନ୍ତି l ସରକାରୀ କଲେଜ ଭଲ ପାଠ ହେବ ବୋଲି ବିଶ୍ୱାସ ଭରସା କରି ଜିଲ୍ଲା ର ଶହ ଶହ ପିଲା ଏଠାକୁ ଆସୁଛନ୍ତି l ହେଲେ ଏହି କଲେଜ ଆରମ୍ଭ ରୁ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ଅଧ୍ୟାପକ ସମସ୍ୟା ସୁଧୁରୁନାହିଁ l

୩୨ ଟି ଅଧ୍ୟାପକ ପଦବୀ ଆବଶ୍ୟକ ହେଉଥିବା ବେଳେ, କଲେଜ ରେ ଅଛନ୍ତି ମାତ୍ର ୧୨ ଜଣ ଅଧ୍ୟାପକ l କିଛି ବିଷୟ ରେ ତ ଆରମ୍ଭ ରୁ ହିଁ ଅଧ୍ୟାପକ ନାହାନ୍ତି l କଲେଜର ଏମିତି ପରିସ୍ଥିତି ରେ କେମିତି ପିଲା ପାଠ ପଢିବେ ଆଉ ଭବିଷ୍ୟତ ଗଢିବେ ତାହା ଜଣା ପଡୁଛି l ବେଳେ ବେଳେ କିଏ ବାରଣ୍ଡାରେ ତ ପୁଣି କିଏ ପଡିଆ ରେ ବୁଲି କଲେଜ ପିଲା ଦିନ କାଟୁଛନ୍ତି l ବାରମ୍ବାର ଅଭିଯୋଗ ହୋଇଛି ଆବଶ୍ୟକ ଅଧ୍ୟାପକ ପଦବୀ ପାଇଁ ହେଲେ ରାଜ୍ୟ ସରକାର ହାତ ବାନ୍ଧି ଚୁପ ବସିଛନ୍ତି l

ଖାଲି ସେତିକି ନୁହେଁ, ସାଇକେଲ ଷ୍ଟାଣ୍ଡ, ହଷ୍ଟେଲ, ରାସ୍ତା, ପାନୀୟ ଜଳ, ଲାଇବ୍ରେରୀଆନ, ଷ୍ଟାଫ ରୁମ, କମନ ରୁମ ଭଳି ଅନେକ ସମସ୍ୟା ଲାଗିରହିଛି l ଏମିତି କି କୋଟିକୋଟି ଟଙ୍କା ରେ ନିର୍ମିତ ହଷ୍ଟେଲ ଠିକାଦାର ଙ୍କ ଖାମାଖିଆଲି ଯୋଗୁଁ କାର୍ଯ୍ୟକାରୀ ନହୋଇ ବନ୍ଦ ପଡି ରହିଛି । ନେତା, ପ୍ରଶାସନ କଲେଜର ବିଭିନ୍ନ କାର୍ଯ୍ୟକ୍ରମ ରେ ଆସି ସମସ୍ୟା ପ୍ରତି ଅନେକ ଫମ୍ପା ଭାଷଣ କହି ପରେ ଭୁଲି ଯାଉଥିବାରୁ ଏବେ କଲେଜ ବହୁ ସମସ୍ୟା ଦେଇ ଗତି କରୁଛି l

ରାଜ୍ୟ ସରକାର ଛାତ୍ରଛାତ୍ରୀ ଙ୍କ ବିଶ୍ୱାସ ସହ ଖେଳି କଲେଜ ର ବିଭିନ୍ନ ସମସ୍ୟା ପ୍ରତି ଚୁପ ବସିଛନ୍ତି l ଅତି ଶୀଘ୍ର ହଷ୍ଟେଲ କୁ କାର୍ଯ୍ୟକାରୀ କରାଯିବା ନେଇ ଖଡ଼ିଆଳ ପୁର୍ତ୍ତ ବିଭାଗ କହୁଥିବା ବେଳେ, କଲେଜର ଅଧ୍ୟାପକ ସମସ୍ୟାକୁ ନେଇ ରାଜ୍ୟ ସରକାର ଉପରେ ଗର୍ଜିଛନ୍ତି । ଖଡ଼ିଆଳ ବିଧାୟକ ଅଧୀରାଜ ପାଣିଗ୍ରାହୀ ଏବଂ ଶୀଘ୍ର ଆବଶ୍ୟକ ଅଧ୍ୟାପକ ପଦବୀ ପୁରଣ ସାଙ୍ଗକୁ ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ଦାବୀ କରିଛନ୍ତି l

କଲେଜ ମାନଙ୍କ ରେ ନାଚ ଗୀତ ଖେଳ କୁଦ କରି ବାହାବା ମାରୁଛନ୍ତି ରାଜ୍ୟ ସରକାର l ହେଲେ ନୂଆପଡା ଭଳି ଏକ ଉପାନ୍ତ ଜିଲ୍ଲାରେ ଶିକ୍ଷା ର ଆବଶ୍ୟକତା ଆହୁରି ଜରୁରୀ ଥିବା ସ୍ଥଳେ ଏହି ଜିଲ୍ଲା ପ୍ରତି ଅଣଦେଖା ଜିଲ୍ଳା ବାସୀଙ୍କୁ ଦୁଃଖିତ କରିଛି । ଖଡ଼ିଆଳ ମୋଡେଲ ଡିଗ୍ରୀ କଲେଜ ସମସ୍ୟା ପ୍ରତି ଚୁପ ବସିଥିବା ରାଜ୍ୟ ସରକାର ନିଦ ରୁ ଉଠି ସମସ୍ୟାର ସମାଧାନ କରିବା ଜରୁରୀ ହୋଇପଡିଛି l

Leave A Reply

Your email address will not be published.