Latest Odisha News

BREAKING NEWS

ରାଜ୍ୟରେ କୋଭିଡ ସଂକ୍ରମଣ ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର: ବର୍ତ୍ତମାନ ପୁଣି ଭାରତରେ କୋଭିଡ ବ୍ୟାପୁଥିବାବେଳେ, ଓଡିଶାରେ ଜଣେ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ମାମଲା ଚିହ୍ନଟ ହୋଇଛି । ସଂକ୍ରମିତ ବ୍ୟକ୍ତି ଜଣକ ଦିଲ୍ଲୀରୁ ଫେରିଥିଲେ। ସେ ବର୍ତ୍ତମାନ କ୍ୱାରାଣ୍ଟାଇନରେ ଅଛନ୍ତି । ଏହି ନୂତନ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି ।

ଏହି ପ୍ରରିପେକ୍ଷୀରେ କୋଭିଡ ସ୍ଥିତିକୁ ନେଇ ଉଦବେଗ ହେବା ଆବଶ୍ୟକ ନୁହେଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ୍ । ସେ ରାଜ୍ୟବାସୀଙ୍କୁ ଆଶ୍ବାସନା ଦେଇ ଆହୁରି କହିଛନ୍ତି ଯେ, ବ୍ୟସ୍ତ ହେବାର କିମ୍ବା ଚିନ୍ତା କରିବାର କୌଣସି କାରଣ ନାହିଁ । ସ୍ବାସ୍ଥ୍ୟ ବିଭାଗ ମନିଟରିଂ କରୁଛି, ଆଲର୍ଟ ରହିଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୌଣସି ନିର୍ଦ୍ଦେଶାବଳି ଆସିନି । ନୂଆ ଗାଇଡଲାଇନ ପାଇଁ ଭାରତ ସରକାରଙ୍କ କୌଣସି ଗାଇଡ୍ ଲାଇନ୍ ଆସିନାହିଁ । ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଆସିଛି ନଜର ରଖିବାକୁ । ସ୍ଵାସ୍ଥ୍ୟ ବିଭାଗ ସଜାଗ ଅଛି ବୋଲି ସ୍ବାସ୍ଥ୍ୟ ସଚିବ କହିଛନ୍ତି ।

Comments are closed.