Latest Odisha News

‘ଉପକୂଳରେ ୩ ଦିନ ଯାଏଁ ପ୍ରଚଣ୍ଡ ଗୁଳୁଗୁଳି ହେବ, ଆସନ୍ତା ଚାରିଦିନ ପରେ ପାଗ ବଦଳିବ’

ଭୁବନେଶ୍ବର: ରାଜ୍ୟରେ କଲବଲ କରୁଛି ତାତି ଅସହ୍ୟ ହୋଇପଡୁଛି ଜନ ଜୀବନ । ଗରମ ସାଙ୍ଗକୁ ଗୁଳୁଗୁଳି ଆହୁରି କଷ୍ଟଦାୟକ ହୋଇପଡୁଛି । ତେବେ ଉପକୂଳରେ ଆହୁରି ତିନିଦିନ ଯାଏଁ ପ୍ରଚଣ୍ଡ ଗୁଳୁଗୁଳି ହେବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ଆଗାମୀ ଚାରିଦିନ ପରେ ପାଗ ଅନୁକୂଳ ରହିବ ବୋଲି ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

ତେବେ ଆସନ୍ତା ୧୯ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ଆଳକନ କରିଛି ପାଣିପାଗ ବିଭାଗ ।

ସେପଟେ, ଆଜି ରାଜ୍ୟରେ ୧୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହେଇଛି । ୪୨.୪ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ବୌଦ୍ଧରେ ୪୨ ଡିଗ୍ରୀ, ନୂଆପଡାରେ ୪୧. ୬, ଭୁବନେଶ୍ୱର, ଭବାନୀପାଟଣା, ସୁନ୍ଦରଗଡରେ ୪୧ ଡିଗ୍ରୀ, ପାରଳାଖେମୁଣ୍ଡି, ଅନୁଗୁଳ ଓ ଢେଙ୍କାନାଳରେ ୪୦.୭, ଏବଂ ଖୋର୍ଦ୍ଧାରେ ୪୦.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

Leave A Reply

Your email address will not be published.