ନୂଆଦିଲ୍ଲୀ:କରୋନା ଭାଇରସ ମହାମାରୀ ସାରା ବିଶ୍ୱରେ ତାର ତାଣ୍ଡବ ଜାରି ରଖିଛି । ଆସନ୍ତୁ ଜାଣିବା କରୋନା ଭାଇରସ ସହ ଲଢ଼େଇରେ କେଉଁ ୫ ମହିଳାଙ୍କ ଉଦ୍ୟମକୁ ସାରା ବିଶ୍ୱ ପ୍ରଶଂସା କରୁଛି ।
ମୋରାଲିନା ଏଡୋ: କରୋନା ଭାଇରସ ଟୀକା ନ ବାହାରିବା ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିଥିବ । ତେବେ ଜର୍ମନ ସେଂଟର ଫର ଇନଫେକସନ ରିସର୍ଚ୍ଚର ପ୍ରଫେଶର ମୋରାଲିନ ଏଡୋ ନିଜ ଟିମ ସହ ଟୀକା ବାହାର କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ସେ ଏହା ପୂର୍ବରୁ ଇବୋଲା ଓ ମାର୍ସ ରୋଗର ଟୀକା ବାହାର କରିଥିଲେ ।
ଏଞ୍ଜେଲା ମର୍କେଲ: ଜର୍ମାନୀରେ କରୋନା ସଂକ୍ରମିତଙ୍କ ଗ୍ରାଫ ଖସିବା ଓ କମ୍ ମୃତ୍ୟୁ ପଛରେ ଚାନ୍ସଲର ଏଞ୍ଜେଲା ମର୍କେଲାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଆରମ୍ଭରୁ ସେ ଲୋକଙ୍କୁ ସତର୍କ କରିବା ସହ ସଂକ୍ରମଣ କିପରି ନ ବ୍ୟାପିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିଥିଲେ ।
ତସାଇ ଇଙ୍ଗ ୱେନ: ଚୀନର ନିକଟରେ ଥିଲେ ମଧ୍ୟ ତାଇୱାନ କରୋନା କବଳରୁ ନିଜକୁ ବଂଚାଇ ରଖିଛି । ଛୋଟ ଦେଶ ହୋଇଥିଲେ ମଧ୍ୟ ଚୀନ, ହଂକଂ ଓ ମକାଉରୁ ଆସୁଥିବା ଯାତ୍ରୀଙ୍କୁ ଦେଶରେ ପ୍ରବେଶ ନେଇ କଟକଣା ଲଗାଇଥିଲେ । ଏହାର ପ୍ରଭାବ ମଧ୍ୟ ପଡିଥିଲା । ତାଇୱାନର ମୃତ୍ୟୁ ସଂଖ୍ୟା ମଧ୍ୟ କମ୍ ରହିଛି ।
ଜୋସିଂଡା ଆର୍ଡନ: ୧୪ ମାର୍ଚ୍ଚରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜୋସିଂଡା ଆର୍ଡନ ଦେଶରେ ପ୍ରବେଶ କରୁଥିବା ସମସ୍ତ ଯାତ୍ରୀଙ୍କୁ ୧୫ ଦିନ ଆଇସୋଲେସନରେ ରହିବା ପାଇଁ ବାଧ୍ୟତାମୂଳକ ନିୟମ କରିଥିଲେ । ସଂକ୍ରମିତଙ୍କ ସଂଖ୍ୟା ୧୦୦ ପହଂଚିବା ପରେ ସେ ଦେଶକୁ ଲକଡାଉନ କରିଥିଲେ ।
ମେଟ ଫେଡ୍ରିିକସନ: ଡେନମାର୍କର କମ ବୟସ୍କ ପ୍ରଧାନମନ୍ତ୍ରୀ ମେଟ ଫେଡ୍ରିକସନ ୧୪ ମାର୍ଚ୍ଚରୁ ସୀମା ସିଲ କରିଥିଲେ । କରୋନାକୁ ରୋକିବା ବିଭିନ୍ନ ପ୍ରକାର କଟକଣା ଲାଗୁ କରିଥିଲେ ।
BREAKING NEWS
- ବଜେଟରେ ନାଖୁସ ଶଶି ଥରୁର: କହିଲେ, ନିର୍ବାଚନ ରାଜ୍ୟ ହେବା ସତ୍ତ୍ୱେ କେରଳକୁ କରାଗଲା ଅଣଦେଖା
- ଭାରତ ଇରାନରୁ ନୁହେଁ, ଭେନେଜୁଏଲାରୁ ତେଲ କିଣିବ: ବଡ଼ ଘୋଷଣା କଲେ ଟ୍ରମ୍ପ
- Union Budget 2026: ଓଡିଶା ଉପରେ ବଜେଟ ବର୍ଷା, ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ…
- Union Budget 2026: ଏଣିକି ଶସ୍ତା ହେବ ବିଦେଶ ଯାତ୍ରା ଓ ପାଠପଢ଼ା…
- ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଥିବା ଲୋକଙ୍କ ହ୍ରାସ ପାଏ କି ଶ୍ରବଣ ଶକ୍ତି ?
- Budget2026: ଦେଶରେ ନିର୍ମାଣ ହେବ ୩ଟି ନୂଆ ଏମ୍ସ, ୭ଟି ରେଳ କରିଡର୍
- Union Budget 2026: ଜାଣନ୍ତୁ…କ’ଣ ମହଙ୍ଗା, କ’ଣ ଶସ୍ତା?
- Union Budget 2026: ଶସ୍ତା ହେବ କର୍କଟ, ମଧୁମେହ ଏବଂ ଅଟୋଇମ୍ମ୍ୟୁନ୍ ରୋଗର ଔଷଧ…
- ବଜେଟ୍ ୨୦୨୬: ବାୟୋଫାର୍ମାକୁ ଫୋକସ, ୧୦ ହଜାର କୋଟି ଟଙ୍କା ହେବ ନିବେଶ
- ବଜେଟ୍ ୨୦୨୬-୨୭ରେ ଗରିବ, ଅସହାୟ ଏବଂ ବଞ୍ଚିତ ଶ୍ରେଣୀର ବିକାଶ ଉପରେ ଫୋକସ୍
Comments are closed.