Latest Odisha News

BREAKING NEWS

ଲକଡାଉନ୍‌ରେ ଖୋଲା ରହିବ ରେଷ୍ଟୁରାଣ୍ଟ, ହେଲେ ବସି ଖାଇବା ମନା

ଭୁବନେଶ୍ୱର: ରାଜ୍ୟରେ ଏପ୍ରିଲ ୩୦ ଯାଏଁ ଲକ୍‌ଡାଉନ୍ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେବା ପରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି । ଓଡିଶାବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ପର‌୍ୟ୍ୟାୟ ଲକଡାଉନ ବେଳେ ସରକାରଙ୍କ ପକ୍ଷରୁ ତାଲାବନ୍ଦ କଟକଣାରେ କିଛି ମାତ୍ରାରେ କୋହଳ କରାଯାଇଛି ।
୧୫ରୁ ଆରମ୍ଭ ହେବ ଦ୍ୱିତୀୟ ପର‌୍ୟ୍ୟାୟ ଲକଡାଉନ । ଏହି ସମୟରେ ଅନଲାଇନରେ ସାମଗ୍ରୀ ମଗାଇବାକୁ ସରକାର ଅନୁମତି ଦେଇଛନ୍ତି । ଏଥିସହ ହୋଟଲେ, ରେଷ୍ଟୁରାଂଟ ଏବଂ ଢାବା ଖୋଲାରହିବ। ହେଲେ ଏଠାରେ ବସି କେହି ଖାଇପାରିବେ ନାହିଁ । ହୋଟେଲ କିମ୍ବା ରେଷ୍ଟୁରାଂଟରୁ ଘରକୁ ଖାଦ୍ୟ ସାମଗ୍ରୀ ମଗାଇ ପାରିବେ । ସେହିଭଳି ଇ-କମର୍ସ ତଥା ଅନଲାଇନ ପ୍ଲାଟଫର୍ମ ଜରିଆରେ ମଧ୍ୟ ଲୋକମାନେ ଯେକୌଣସି ସାମଗ୍ରୀ ମଗାଇପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।

BjdElectrycity
Leave A Reply

Your email address will not be published.