ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଛି । ଖସୁଛି ପିଜିଟିଭିଟି ରେଡ୍ । ଆଜି ରାଜ୍ୟରେ ପଜିଟିଭ୍ ହାର ୮.୭୫ ପ୍ରତିଶତ ରହିଛି । ଆଗକୁ ଆହୁରି ଖସିବ । ବର୍ତ୍ତମାନ ୧୨ଟି ଜିଲ୍ଲାରେ ପଜିଟିଭିଟି ୫ ପ୍ରତିଶତରୁ କମ୍ ରହିଛି । ସେଥିରୁ ୮ ଜିଲ୍ଲାରେ ଖୁବଶୀଘ୍ର ଅନଲକ୍ ହୋଇପାରେ । କାରଣ ସେସବୁ ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ଥିବା ବେଳେ ଆକ୍ଟିଭ୍ କେସ୍ ବି ହଜାରେରୁ କମ୍ । ଏହି ଜିଲ୍ଲଗୁଡ଼ିକ ହେଲା ଝାରସୁଗୁଡ଼ା, ଦେବଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲା ।
ପଶ୍ଚିମ ଓଡ଼ିଶାରେ ଉତ୍ସାହଜନକ ସ୍ଥିତି
ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କରୋନା କାବୁ ପାଉଛି । ସୁନ୍ଦରଗଡ଼, ସମ୍ୱଲପୁର, ବରଗଡ଼, କଳାହାଣ୍ଡି ଜିଲ୍ଲାରେ ବି ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହିଛି । ଏସବୁ ଜିଲ୍ଲାରେ ଅନଲକ୍ କରିବା ନେଇ ସରକାର ବିଚାର କରୁଛନ୍ତି । ଗତକାଲି କୋଭିଡ୍ ସ୍ଥିତି ସମୀକ୍ଷା ପରେ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ନେଇ ସରକାର ବିଚାର କରୁଥିବା କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଚିନ୍ତା ବଢ଼ାଇଛି ଉପକୂଳ ଓଡ଼ିଶା
ଉପକୂଳ ଓଡ଼ିଶାରେ ସଂକ୍ରମଣ ହାର ଚିନ୍ତାଜନକ ସ୍ଥିତିରେ ରହିଛି । ଯାଜପୁରରେ ସର୍ବାଧିକ ପଜିଟିଭିଟି ୨୨.୨ ପ୍ରତିଶତ ରହିଛି । ଦେବଗଡ଼ରେ ସବୁଠୁ କମ୍ ୧.୬ ପ୍ରତିଶତ ରହିଛି ପଜିଟିଭ୍ ହାର । ୧୬ ଜିଲ୍ଲାରେ ୭.୫ ପ୍ରତିଶତରୁ ଅଧିକ ରହିଛି ପଜିଟିଭିଟି ରେଟ୍ । ଏଥିରୁ ୧୩ ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହିଛି । ୨ଟି ଜିଲ୍ଲାରେ ୫ପ୍ରତିଶତରୁ ୭.୫ ପ୍ରତିଶତ ଭିତରେ ରହିଛି ପଜିଟିଭିଟି ।
BREAKING NEWS
- Jagannath Temple:ମହାପ୍ରଭୁଙ୍କ ନୀତି ବିଳମ୍ବ ଘଟଣା: ଜଣେ ଖୁଣ୍ଟିଆ ସେବକ ନିଲମ୍ବନ,ଦୁଇ ସେବକଙ୍କୁ…
- Odisha Police:ଜୁଭେନଟିକା କନକ୍ଲେଭରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷାକୁ ନେଇ ଓଡ଼ିଶା ପୋଲିସ ଏବଂ ୟୁନିସେଫର ଆଲୋଚନା
- Grief in Indian Football: ଭାରତୀୟ ଫୁଟବଲ୍ ଜଗତ ପାଇଁ ଦୁଃଖଦ ଖବର; ଖେଳିବାବେଳେ ଚାଲିଗଲା ଯୁବ ଡିଫେଣ୍ଡରଙ୍କ ଜୀବନ
- ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ୪୮୫ଟି ମାଓ ପ୍ରଭାବିତ ଗ୍ରାମକୁ ମିଳିବ କ୍ରୀଡ଼ା ସାମଗ୍ରୀ
- ଭୁବନେଶ୍ୱରରୁ କଟକ ଚଳାଚଳ କରିବ ନମୋ ଟ୍ରେନ; ମେଟ୍ରୋ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଲେ…
- Growing Passion for Cricket: ମହିଳା କ୍ରିକେଟର କ୍ରେଜ୍ ଆକାଶଛୁଆଁ
- ପ୍ରାପ୍ତବୟସ୍କ ଝିଅ ସ୍ବାଧୀନ ଭାବେ ବଞ୍ଚି ରହିବାର ନିଷ୍ପତ୍ତି ନିଜେ ନେଇପାରିବେ: ହାଇକୋର୍ଟ
- Neena Gupta: ୬୬ ବର୍ଷ ବୟସରେ ନୀନା ଗୁପ୍ତା ଗର୍ଭବତୀ ?
- ଖେଳାଳିଙ୍କ ଉପରେ ଲଗାଯାଇଥିବା ଜରିମାନା ଖବରକୁ ଖଣ୍ଡନ କଲା ପିସିବି
- ମାର୍ଚ୍ଚ ୨୧ରୁ ପୁରୀ ବେଳାଭୂମିରେ ତିନି ଦିନିଆ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍”
Comments are closed.