ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଛି । ଖସୁଛି ପିଜିଟିଭିଟି ରେଡ୍ । ଆଜି ରାଜ୍ୟରେ ପଜିଟିଭ୍ ହାର ୮.୭୫ ପ୍ରତିଶତ ରହିଛି । ଆଗକୁ ଆହୁରି ଖସିବ । ବର୍ତ୍ତମାନ ୧୨ଟି ଜିଲ୍ଲାରେ ପଜିଟିଭିଟି ୫ ପ୍ରତିଶତରୁ କମ୍ ରହିଛି । ସେଥିରୁ ୮ ଜିଲ୍ଲାରେ ଖୁବଶୀଘ୍ର ଅନଲକ୍ ହୋଇପାରେ । କାରଣ ସେସବୁ ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ଥିବା ବେଳେ ଆକ୍ଟିଭ୍ କେସ୍ ବି ହଜାରେରୁ କମ୍ । ଏହି ଜିଲ୍ଲଗୁଡ଼ିକ ହେଲା ଝାରସୁଗୁଡ଼ା, ଦେବଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲା ।
ପଶ୍ଚିମ ଓଡ଼ିଶାରେ ଉତ୍ସାହଜନକ ସ୍ଥିତି
ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କରୋନା କାବୁ ପାଉଛି । ସୁନ୍ଦରଗଡ଼, ସମ୍ୱଲପୁର, ବରଗଡ଼, କଳାହାଣ୍ଡି ଜିଲ୍ଲାରେ ବି ପଜିଟିଭ୍ ହାର ୫ ପ୍ରତିଶତରୁ କମ୍ ରହିଛି । ଏସବୁ ଜିଲ୍ଲାରେ ଅନଲକ୍ କରିବା ନେଇ ସରକାର ବିଚାର କରୁଛନ୍ତି । ଗତକାଲି କୋଭିଡ୍ ସ୍ଥିତି ସମୀକ୍ଷା ପରେ କମ୍ ସଂକ୍ରମଣ ହାର ଥିବା ଜିଲ୍ଲାଗୁଡ଼ିକରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ନେଇ ସରକାର ବିଚାର କରୁଥିବା କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଚିନ୍ତା ବଢ଼ାଇଛି ଉପକୂଳ ଓଡ଼ିଶା
ଉପକୂଳ ଓଡ଼ିଶାରେ ସଂକ୍ରମଣ ହାର ଚିନ୍ତାଜନକ ସ୍ଥିତିରେ ରହିଛି । ଯାଜପୁରରେ ସର୍ବାଧିକ ପଜିଟିଭିଟି ୨୨.୨ ପ୍ରତିଶତ ରହିଛି । ଦେବଗଡ଼ରେ ସବୁଠୁ କମ୍ ୧.୬ ପ୍ରତିଶତ ରହିଛି ପଜିଟିଭ୍ ହାର । ୧୬ ଜିଲ୍ଲାରେ ୭.୫ ପ୍ରତିଶତରୁ ଅଧିକ ରହିଛି ପଜିଟିଭିଟି ରେଟ୍ । ଏଥିରୁ ୧୩ ଜିଲ୍ଲାରେ ୧୦ ପ୍ରତିଶତ ଉପରେ ରହିଛି । ୨ଟି ଜିଲ୍ଲାରେ ୫ପ୍ରତିଶତରୁ ୭.୫ ପ୍ରତିଶତ ଭିତରେ ରହିଛି ପଜିଟିଭିଟି ।
BREAKING NEWS
- PUCC:ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ
- Steel Plant: ଓଡ଼ିଶାରେ ୭ ପ୍ରମୁଖ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ;୧୪ ହଜାରରୁ ଉର୍ଦ୍ଧ୍ବ ନିଯୁକ୍ତି ସୁଯୋଗ
- ଥାଇଲ୍ୟାଣ୍ଡ ଫେରନ୍ତାଙ୍କ ଠାରୁ ଲୁଟ୍ କରି ବନ୍ଧା ହେଲେ କ୍ୟାବ୍ ଡ୍ରାଇଭର; ଏପରି କରିଥିଲେ ଲୁଟ୍ ପ୍ଲାନ୍…
- ୫୦୦% ଟାରିଫ ଧମକ ମଧ୍ୟରେ ଖସିଲା ସେୟାର ବଜାର
- ବରୁଣ ଧୱନଙ୍କୁ ଟ୍ରୋଲ୍ କଲେ ୟୁଜର୍ସ, ଚିହିଁକିଲେ ‘ବର୍ଡର ୨’ରେ ପ୍ରଡ୍ୟୁସର୍
- Jaundice In Khordha: ଏଥିପାଇଁ ନବୋଦୟ ସ୍କୁଲରେ ବ୍ୟାପିଲା ଜଣ୍ଡିସ୍;ଆସିଲା ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗର ରିପୋର୍ଟ
- ଲିଷ୍ଟ ଏ କ୍ରିକେଟରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ରିତୁରାଜ
- pollution certificate: ‘ସାର୍ଟିଫିକେଟ ନାହିଁ ତ ତେଲ ନାହିଁ,ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବ’
- ଲାଞ୍ଚ ନେଇ ଫସିଲେ ଆରଆଇ
- Odisha receive bomb threat: ବୋମା ଧମକର ବିଧିବଦ୍ଧ ତଦନ୍ତ ଦାବି କଲା ହାଇକୋର୍ଟ ବାର ଆସୋସିଏସନ
Comments are closed.