Latest Odisha News

BREAKING NEWS

ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଦେଶର ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଦେଶର ନୂଆ ନିର୍ବାଚନ କମିଶନର। ମଙ୍ଗଳବାର କେନ୍ଦ୍ର ସରକାର ଉତ୍ତର ପ୍ରଦେଶ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି।

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ଏପ୍ରିଲ ୧୨ରେ ଅବସର ନେବା ପରେ ଅନୁପ ପାଣ୍ଡେଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି।

ଅଗଷ୍ଟ ୨୦୧୯ ରେ ସେ ସିଭିଲ ସର୍ଭିସରୁ ଅବସର ନେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧୀନରେ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ତଥା ରାଜ୍ୟର ଭିତ୍ତିଭୂମି ତଥା ଶିଳ୍ପ ବିକାଶ କମିଶନର ଭାବରେ କାର୍ଯ୍ୟ କରିଥିଲେ।

ମେକାନିକାଲ୍ ଇଞ୍ଜିନିୟରିଂରେ ସେ ବିଟେକ୍ ଡିଗ୍ରୀ ହାସଲ କରିବା ସହ ଏମବିଏ ଏବଂ ପ୍ରାଚୀନ ଇତିହାସରେ ଡକ୍ଟରେଟ୍ ମଧ୍ୟ କରିଛନ୍ତି।

ଅନୁପ ପାଣ୍ଡେ ଫେବୃଆରୀ ୨୦୨୪ ରେ ଅବସର ନେବେ।

Leave A Reply

Your email address will not be published.