Latest Odisha News

ମଣ୍ଡପରେ ପହଞ୍ଚି ସାଧାରଣ ଲୋକଙ୍କ ଭଳି ମାଆଙ୍କୁ ଦର୍ଶନ କଲେ ବଲିଉଡର ଏହି ଷ୍ଟାର ଦମ୍ପତ୍ତି

ମୁମ୍ବାଇ: ଶାରଦୀୟ ଦୁର୍ଗାପୂଜା ପାଇଁ ସାରାଦେଶ ଉଠୁଛି ପଡୁଛି । ପୂଜା ମଣ୍ଡପ ଗୁଡିକରେ ମା’ଙ୍କ ପୂଜାର୍ଚ୍ଚନା ଖୁବ୍‌ ଧୁମଧାମ୍‌ରେ ଚାଲିଛି। ଏହି ଅବସରରେ ବଲିଉଡ୍‌ ସେହେନସା ଅମିତାଭ ବଚ୍ଚନ ମଧ୍ୟ ମାଆଙ୍କ ପୂଜାର୍ଚ୍ଚନା କରୁଥିବା ନଜର ଆସିଛନ୍ତି । ପତ୍ନୀ ଜୟା ମଧ୍ୟ ଅମିତଭଙ୍କ ସାଙ୍ଗରେ ଅଛନ୍ତି । ଏହି ଷ୍ଟାର ଦମ୍ପତ୍ତି ଦେବୀଙ୍କ ଦର୍ଶନ ଲାଗି ଉତ୍ତର ବମ୍ବେ ସ୍ଥିତ ଜୁହୁଠାରେ ପହଞ୍ଚି ସେଠାରେ ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି ।

ଜୟା ବଚ୍ଚନ ଏକ ନାଲି ଓ ଧଳା ମିଶା ଶାଢ଼ିରେ ନଜର ଆସିଥିଲେ, ଯାହା ତାଙ୍କୁ ଖୁବ ସୁନ୍ଦର ଲାଗୁଥିଲା । ସେହିଭଳି ଅମିତାଭ ବଚ୍ଚନ ଅଫ୍‌ ହ୍ଵାଇଟ୍‌ କୁର୍ତ୍ତା ସହ ନିଜ ରେଗୁଲାର ଷ୍ଟାଇଲ୍‌ରେ ଦେଖିବାକୁ ମିଳିଥିଲେ। ଏହି ପୂଜା ‘ସାର୍ବଜନୀନ ଦୁର୍ଗା ପୂଜା ସମିତି’ ତରଫରୁ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଅମିତାଭ ଏବଂ ଜୟାଙ୍କ ସମେତ ଅନ୍ୟ କିଛି ସେଲିବ୍ରିଟି ମଧ୍ୟ ନଜର ଆସିଥିଲେ।

ବଚ୍ଚନ ଦମ୍ପତ୍ତିଙ୍କ ଛଡା ଅଭିନେତ୍ରୀ କାଜଲ ମଧ୍ୟ ଏହି ପୂଜାରେ ସାମିଲ ହୋଇଥିଲେ। ହଳଦିଆ ରଙ୍ଗର ଶାଢ଼ି ସହ ଟ୍ରାଡିସନାଲ ବଙ୍ଗାଳୀ ଲୁକ୍‌ରେ ଖୁବ୍‌ ସୁନ୍ଦର ଲାଗୁଥିଲେ କାଜଲ।

ଖାଲି ବଡ଼ ପରଦା ନୁହେଁ, ଛୋଟ ପରଦାର କିଛି ସେଲେବ୍ରେଟି ମଧ୍ୟ ଏଠାରେ ଦେଖିବାକୁ ମିଳିଥିଲେ । ‘ଦ କପିଲ ଶର୍ମା ଶୋ’ର ସୁମୋନା ଚାଟାର୍ଜୀ, ଡାଇରେକ୍ଟର ଅୟାନ ମୁଖାର୍ଜୀ ଓ ଅନ୍ୟ ସେଲିବ୍ରିଟି ମାନେ ମଧ୍ୟ ନଜର ଆସିଥିଲେ।

Comments are closed.