ଅନୁଗୁଳ:ଦୋକାନ ଘର ଉପରେ ଚଢି ଏସିର ପାଇପ୍ ଚୋରି କଲା ଚୋର। ଏଭଳି ଏକ ଘଟଣା ଅନୁଗୁଳରେ ଦେଖିବାକୁ ମିଳିଛି। ଆଉ ଏହି ଚୋରି ବେଳର ସିସିଟିଭ୍ ଫୁଟେଜ ଏବେ ଭାଇରାଲ୍ ହେବାରେ ଲାଗିଛି।ଅନୁଗୁଳ ଜିଲ୍ଲା ତାଳଚେର ମୁନିସିପାଲିଟି ମାର୍କେଟରେ ଥିବା ବିଭିନ୍ନ ଦୋକାନରୁ ଚୋର ଚୋରି କରିଥିବା ଅଭିଯୋଗ ହୋଇଛି।
ଦୋକାନୀ ମାନେ ଦୋକାନ ଖୋଲିବା ସମୟରେ ଯେତେବେଳେ ଏସି ଚଲାଇଥିଲେ ଏସି ଚାଲିନଥିଲା।ଫଳରେ ଛାତ ଉପରକୁ ଯାଇ ଦେଖିବାବେଳକୁ କୌଣସି ଏସିର ତାର ନଥିଲା। ପରେ ସିସିଟିଭି ରୁ ଚୋରିର ଦୃଶ୍ୟ ଦେଖିଥିଲେ।
ରାତ ପ୍ରାୟ ସାଢେ ଦୁଇଟା ପାଖାପାଖି ହେବ ଜଣେ ବ୍ୟକ୍ତି ଆସି ଛାତ ଉପରକୁ ଚଢି ୫ଟି ଦୋକାନରେ ଲାଗିଥିବା ଏସିର ତାର ଓ ପାଇପ କାଟିନେଇଯାଇଥିବା ଦେଖିବାକୁ ମିଳିଥିଲ । ଚୋର ଜଣକ ଚୋରି କରିବାର କାରଣ ଜଣାପଡିନାହିଁ।
Comments are closed.