Latest Odisha News

BREAKING NEWS

ରଗବୀ ଚାମ୍ପିୟନସିପରେ ଭାରତର ଲଗାତର ତୃତୀୟ ବିଜୟ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମମରେ ଅନୁଷ୍ଠିତ ହେଉଥିବା ୧୮ ବର୍ଷରୁ କମ ଏସୀୟ ରଗବୀ ଚାମ୍ପିୟନସିପରେ ସ୍ୱିଟି କୁମାରୀଙ୍କ ଏକତରଫା ଚମତ୍କାର ଖେଳ ପ୍ରଦର୍ଶନରେ ଭାରତୀୟ ଦଳ ଲଗାତର ତୃତୀୟ ବିଜୟ ହାସଲ କରିପାରିଛି ।

ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଆଜି ଶକ୍ତିଶାଳୀ ଶ୍ରୀଲଙ୍କା ଦଳ ବିପକ୍ଷରେ ଭାରତୀୟ ବାଳିକା ଦଳ ଚମତ୍କାର କ୍ରୀଡ଼ା ନୈପୂଣ୍ୟତା ପ୍ରଦର୍ଶନ କରି ୨୪-୧୫ରେ ବିଜୟ ହାସଲ କରିଛନ୍ତି ।

ଆଜି ସକାଳେ ଖେଳାଯାଇଥିବା ପୂର୍ବ ମ୍ୟାଚରେ ଶକ୍ତିଶାଳୀ ଭାରତୀୟ ଦଳ ଅତି ସହଜରେ ଦୁର୍ବଳ ବାଂଲାଦେଶ ଦଳକୁ ୮୯-୦ରେ ପରାସ୍ତ କରି ମନୋବଳ ବୃଦ୍ଧି କରିପାରିଥିଲେ ।

ତେବେ ଭାରତୀୟ ଦଳ ଗତକାଲି ଖେଳାଯାଇଥିବା ଉଦଘାଟନୀ ମ୍ୟାଚରେ ଘରୋଇ ଦର୍ଶକଙ୍କ ପ୍ରଚୁର ସମର୍ଥନରେ ଅପେକ୍ଷାକୃତ ଶକ୍ତିଶାଳୀ ଟିମ ୟୁଏଇକୁ ୨୨-୫ରେ ପରାସ୍ତ କରି ପ୍ରଥମ ବିଜୟ ଲାଭ କରିପାରିଥିଲେ । ଭାରତୀୟ ଦଳରେ ଅନ୍ତଭୃକ୍ତ ହୋଇଥିବା ୫ ଜଣ ଓଡ଼ିଆ ଝିଅ ସୁମିତ୍ରା ନାୟକ (ଉପ-ଅଧିନାୟିକା), ସୋନୀ ମନ୍ଦାଙ୍ଗୀ, ଜେମାମଣୀ ନାଏକ, ଲିଜା ସରଦାର ଏବଂ ପାର୍ବତୀ କିସ୍କୁ ସେମାନଙ୍କର ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲେ ।

ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅନ୍ତର୍ଜାତୀୟ ଏସୀୟ ରଗବୀ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । “ ଏହିପରି ଏକ ଐତିହାସିକ ଅନ୍ତର୍ଜାତୀୟସ୍ତରର ରଗବୀ ଟୁର୍ଣ୍ଣାମେଣ୍ଟଭାରତରେ ଅନୁଷ୍ଠିତ ହେଉଛି । ବିଶ୍ୱକପ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର ଅବ୍ୟବହିତ ପୂର୍ବରୁ ଏହିପରି ଏକ ଆନ୍ତର୍ଜାତୀକ ରଗବୀ ପ୍ରତିଯୋଗିତା ଭୁବନେଶ୍ୱରର ସ୍ପୋଟିଂ ସିରିଟକୁ ଦ୍ୱିଗୁଣିତ କରିପାରିବ ବୋଲି ଆଶା ।” ବୋଲି ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ।

Leave A Reply

Your email address will not be published.