Latest Odisha News

BREAKING NEWS

ଜେଲରେ ଖୋଲିବ କ୍ୟାମ୍ପ କୋର୍ଟ, ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଓଡ଼ିଶା ହାଇକୋର୍ଟ ଶନିବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟରେ ସମସ୍ତ ଜିଲ୍ଲାରେ ଥିବା ପ୍ରାୟ ସବୁ କାରାଗାରମାନଙ୍କରେ କ୍ୟମ୍ପ କୋର୍ଟ ଖୋଲିବାକୁ ହାଇକୋର୍ଟ ଜିଲ୍ଲା ଜଜ୍ ଏବଂ ଦୌରାଜଜମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।

ଗତ ପ୍ରାୟ ୨ମାସ ଧରି ଓଡ଼ିଶା ବାର ଆସୋସିଏସନ ପକ୍ଷରୁ ଆନ୍ଦୋଳନ ଚାଲିଛି, ଏବେ କ୍ରମାଗତ ଅନେକ ଦିନ ଧରି ଆଇନଜୀବୀମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ କୋର୍ଟକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଫଳରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାମାନଙ୍କରେ ରହିଥିବା ମଣ୍ଡଳ କାରାଗାର, ଜିଲ୍ଲା ମୁଖ୍ୟ କାରାଗାର ତଥା ଉପ-କାରାଗାରରେ ବିଚାରାଧୀନ କଏଦୀମାନଙ୍କର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।

ଜେଲରେ ଏବେ ଅସମ୍ଭବ ରୂପେ ବିଚାରାଧିନ କଏଦୀଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ଏହାର ତୁରନ୍ତ ସମାଧାନ ଲାଗି ଓଡ଼ିଶା ହାଇକୋର୍ଟ ଶନିବାର ଦିନ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ମିଳିଥିବା ସୂଚନାରୁ ଜଣାପଡ଼ିଛି, ଶନିବାର ଦିନ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲା ଓ ଦୌରାଜଜମାନେ ସମସ୍ତ ଜେଲରେ ଏବେ ନୂତନ ଭାବେ କ୍ୟାମ୍ପ କୋର୍ଟ ଖୋଲିବେ । ଉଚ୍ଚ ନ୍ୟାୟାଳୟଙ୍କ ଆଜିର ନିର୍ଦ୍ଦେଶାନୁସାରେ ବିଚାରପତିମାନେ କାରାଗାରକୁ ଯାଇ ଅପରାଧରେ ଦଣ୍ଡ ଭୋଗୁଥିବା କଏଦୀଙ୍କ ଜାମିନର ଶୁଣାଣୀ କରିବେ ।

ଶନିବାର ଦିନ ହାଇକୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ, ସମସ୍ତ କ୍ୟାମ୍ପ କୋର୍ଟଗୁଡ଼ିକ ଜେଲ ପରିସର ମଧ୍ୟରେ ଅନୁଷ୍ଠିତ ହେବ ଏବଂ ଏହି କ୍ୟାମ୍ପ କୋର୍ଟରେ ପ୍ରିଜାଇଡ଼ିଂ ଅଫିସର ଏବଂ ସମସ୍ତ କିରାଣୀମାନେ ମାନେ ମଧ୍ୟ କାର୍ଯ୍ୟ କରିବେ ।

Leave A Reply

Your email address will not be published.