ଭୁବନେଶ୍ୱର: ଦେଶର ପ୍ରମୁଖ ରେଳ ଷ୍ଟେସନଗୁଡିକର ନବୀକରଣ ଏବଂ ଆଧୁନିକୀକରଣ ପାଇଁ ଭାରତୀୟ ରେଳବାଇର ବୃହତ ଯୋଜନାର ଏକ ଅଂଶ ଭାବରେ ଭଦ୍ରକ ରେଳ ଷ୍ଟେସନରେ ଗୁରୁତ୍ୱପୂର୍ଣ୍ଣ ୟାର୍ଡ଼ ପୁନଃନିର୍ମାଣ କାର୍ଯ୍ୟ ଚାଲୁରହିଛି । ପୂର୍ବତଟ ରେଳପଥ ରେଳ ନେଟୱାର୍କର ଏକ ପ୍ରମୁଖ ହବ୍, ଏହି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ ଟ୍ରେନ୍ ପରିଚାଳନାରେ ଉନ୍ନତି ଆଣିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି ।
ଭଦ୍ରକ ରେଳ ଷ୍ଟେସନ ଆଞ୍ଚଳିକ ଲଜିଷ୍ଟିକ୍ସ ଏବଂ ଯାତ୍ରୀ ପରିବହନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଯାହା ପୂର୍ବତଟ ରେଳ ଜୋନ୍ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଅଟେ । ଏହି ଆଧୁନିକୀକରଣ ପ୍ରକଳ୍ପ କେବଳ ଷ୍ଟେସନର ପରିଚାଳନା କ୍ଷମତା ବୃଦ୍ଧି କରିବ ନାହିଁ ବରଂ ଯାତ୍ରୀ ଏବଂ ସାମଗ୍ରୀ ଯାତାୟାତ ପାଇଁ ଅଧିକ ଶୃଙ୍ଖଳିତ, ଦକ୍ଷ ରେଳ ସେବା ସୁନିଶ୍ଚିତ କରିବ । ଏହି କାର୍ଯ୍ୟ ସମାପ୍ତ ହେବା ପରେ, ଯାତ୍ରୀମାନେ ଟ୍ରେନ୍ ଚଳାଚଳ, ଅପେକ୍ଷା ସମୟ ହ୍ରାସ ଏବଂ ସାମଗ୍ରିକ ସେବା ଗୁଣବତ୍ତା ବୃଦ୍ଧି ଆଶା କରିପାରନ୍ତି ।
ଭଦ୍ରକ-ରାଣୀତାଲ ରେଳ ସେକ୍ସନରେ ତୃତୀୟ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଛି । ଭଦ୍ରକ ରେଳ ଷ୍ଟେସନରେ ଟ୍ରେନଗୁଡିକର ସୁଗମ ଯାତାୟାତ ପାଇଁ ନନ-ଇଣ୍ଟରଲକିଂ କାର୍ଯ୍ୟ କରାଯିବ । ଏହା ବ୍ୟତୀତ, ବିସ୍ତୃତ ୟାର୍ଡ ନବୀକରଣ ପରି ଅନ୍ୟାନ୍ୟ ଚାଲୁଥିବା କାର୍ଯ୍ୟଗୁଡ଼ିକ ଯଥା ରେଳ ଲାଇନ୍ ବୃଦ୍ଧିକରଣ, ଲୋକୋ ରିଭର୍ସାଲ୍ ଲାଇନ୍ ଏବଂ ଇନ୍ସପେକ୍ସନ ଗାଡି ସାଇଡିଂ ସ୍ଥାନାନ୍ତର କରିବ । ଏହି ଆଧୁନିକୀକରଣ କାର୍ଯ୍ୟର ଏକ ଅଂଶ ଭାବରେ ବହୁଗୁଣିତ ରେଳ ଲାଇନକୁ ଏକ ପୂର୍ଣ୍ଣ ଦୈର୍ଘ୍ୟ ପ୍ଲାଟଫର୍ମକୁ ବିସ୍ତାର କରାଯିବ । ଏହି ପ୍ରକଳ୍ପ ପାଇଁ ଅଧିକ ସମୟ ଲାଗୁଥିବାବେଳେ ମାତ୍ର ଦଶ ଦିନ ପାଇଁ ଟ୍ରେନ ସେବା ଆଂଶିକ ପ୍ରଭାବିତ ହେବ ପାଇଁ ଯୋଜନା କରାଯାଇଛି । ଯାତ୍ରୀଙ୍କ ଚାହିଦା, ଆଞ୍ଚଳିକ ବିକାଶ ଏବଂ ଜାତୀୟ ଲଜିଷ୍ଟିକ୍ ଆବଶ୍ୟକତା ଅନୁଯାୟୀ ଭିତ୍ତିଭୂମି ନବୀକରଣ ପାଇଁ ଭାରତୀୟ ରେଳ ପ୍ରତିବଦ୍ଧ ରହିଛି ।
ପୁନଃନିର୍ମାଣ କାର୍ଯ୍ୟର ମୁଖ୍ୟ ଦିଗ:
ସମସ୍ତ ପ୍ଲାଟଫର୍ମ ସହିତ ଇଣ୍ଟରଲକ୍ କରିବା: ଭଦ୍ରକ ରେଳ ଷ୍ଟେସନରେ ଥିବା ସମସ୍ତ ପ୍ଲାଟଫର୍ମଗୁଡିକ ତୃତୀୟ ଲାଇନ ଏବଂ ଅତିରିକ୍ତ ଲୁପ୍ ଲାଇନ୍ ସହିତ ଅନ୍ତର୍ଭୂକ୍ତ ହେବ, ଅଧିକ ଟ୍ରେନ୍ ଏବଂ ଯାତ୍ରୀଙ୍କୁ ପରିଚାଳନା କରିବା ପାଇଁ ଷ୍ଟେସନର କ୍ଷମତା ବୃଦ୍ଧି ପାଇବ ।
ସୁଗମ ଟ୍ରେନ ଚଳାଚଳ ପାଇଁ ଅତିରିକ୍ତ ଲାଇନ୍: ଟ୍ରେନର ସହଜ ଚଳାଚଳ ଏବଂ ନିୟନ୍ତ୍ରଣକୁ ସୁଗମ କରିବା, ବିଳମ୍ବକୁ ହ୍ରାସ କରିବା ଏବଂ ସମୟାନୁବର୍ତ୍ତିତାକୁ ବୃଦ୍ଧି କରାଇବା ପାଇଁ ଅତିରିକ୍ତ ଲାଇନଗୁଡ଼ିକ ଯୋଡାଯାଉଛି ।
ଉନ୍ନତ ଟ୍ରେନ୍ ଯାତାୟାତ: ଏହି କାର୍ଯ୍ୟ ସମାପ୍ତ ହେବା ପରେ ଟ୍ରେନ୍ ଗୁଡିକ ନିକଟସ୍ଥ ଷ୍ଟେସନଗୁଡିକରେ ଅଟକାଇ ରଖା ନଯାଇ ଭଦ୍ରକ ଷ୍ଟେସନରେ ସୁଗମ ଭାବରେ ପ୍ରବେଶ କରିପାରିବେ ।
ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ଦସ ଦିନ ପାଇଁ ଅସ୍ଥାୟୀ ଭିତ୍ତିରେ କିଛି ଟ୍ରେନକୁ ବାତିଲ କରାଯାଉଥିବାବେଳେ ଦୁଇ ଯୋଡ଼ା ଟ୍ରେନ ର ଆଂଶିକ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି ଯାହା ଭବିଷ୍ୟତରେ ଅଧିକ ଲାଭ ପ୍ରଦାନ କରିବ । ବାତିଲ ହେବାକୁ ଥିବା ଟ୍ରେନ ଗୁଡିକ ମଧ୍ୟରୁ ପ୍ରତିଦିନ ଚଳାଚଳ କରୁଥିବା ୪ ଯୋଡ଼ା ନିୟମିତ ମେଲ/ଏକ୍ସପ୍ରେସ ଟ୍ରେନ, ୫ ଯୋଡ଼ା ନିୟମିତ ଲୋକାଲ ପାସେଞ୍ଜର/ମେମୁ ଟ୍ରେନ, ୧୧ ଯୋଡ଼ା ସାପ୍ତାହିକ ଟ୍ରେନ ଏବଂ ୩ ଯୋଡ଼ା ଦ୍ବି-ସାପ୍ତାହିକ ଟ୍ରେନ ଅନ୍ତର୍ଭୁକ୍ତ ଜ୍ଝ ଦୁଇ ଯୋଡି ଟ୍ରେନ୍ ଆଂଶିକ ବାତିଲ୍ ହେବ । ପ୍ରଭାବିତ ଟ୍ରେନଗୁଡିକ ସମ୍ବନ୍ଧରେ ସୂଚନା ପାଇଁ ସଂଲଗ୍ନରେ ଉଲ୍ଲେଖ କରାଯାଇଛି । ଭବିଷ୍ୟତରେ ସୁଗମ ଟ୍ରେନ୍ ଚଳାଚଳ ପାଇଁ ଏହି ଆଧୁନିକୀକରଣ କାର୍ଯ୍ୟ ପାଇଁ ରେଳବାଇକୁ ସହଯୋଗ କରିବାକୁ ଯାତ୍ରୀମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।
Comments are closed.