ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ । ମହିଳା ସୁରକ୍ଷା କ୍ଷେତ୍ରରେ ଭାରତର ଶୀର୍ଷ ୭ଟି ସହର ମଧ୍ୟରେ ଓଡିଶାର ରାଜଧାନୀ ଭୁବନେଶ୍ବର ମଧ୍ୟ ସ୍ଥାନ ପାଇଛି । ୨୦୨୫ ଜାତୀୟ ମହିଳା ସୁରକ୍ଷା ରିପୋର୍ଟ ଓ ସୂଚକାଙ୍କ (ନାରୀ) ଅନୁଯାୟୀ, ଅନେକ ଅନ୍ୟ ସହରାଞ୍ଚଳ ତୁଳନାରେ ଭୁବନେଶ୍ୱରରେ ମହିଳାମାନେ ନିଜକୁ ଅଧିକ ସୁରକ୍ଷିତ ଅନୁଭବ କରୁଛନ୍ତି ।
ଗ୍ରୁପ୍ ଅଫ୍ ଇଣ୍ଟେଲେକ୍ଚୁଆଲ୍ସ ଆଣ୍ଡ ଆକାଡେମିସିଆନ୍ସ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ ଭୁବନେଶ୍ୱର ସହିତ ମୁମ୍ବାଇ, କୋହିମା, ବିଶାଖାପାଟଣାମ୍, ଆଇଜୋଲ, ଗ୍ୟାଙ୍ଗଟକ୍ ଓ ଇଟାନଗରକୁ ମହିଳାଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସହର ଭାବେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ରିପୋର୍ଟକୁ ଗୁରୁବାର ଜାତୀୟ ମହିଳା ଆୟୋଗ (ଏନସିଡବ୍ଲୁ)ର ଅଧ୍ୟକ୍ଷଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା ।
ସେହିପରି ମହିଳା ସୁରକ୍ଷାରେ ନିମ୍ନ ସ୍ଥାନରେ ରହିଛନ୍ତି, ରାଞ୍ଚି, ଶ୍ରୀନଗର, କୋଲକାତା, ଦିଲ୍ଲୀ, ଫରିଦାବାଦ, ପାଟଣା ଓ ଜୟପୁର । ନାରୀ ୨୦୨୫ ରିପୋର୍ଟ ଅନୁଯାୟୀ, ଏହି ସହରଗୁଡ଼ିକରେ ଦୁର୍ବଳ ଭିତ୍ତିଭୂମି ଓ ଅପର୍ଯ୍ୟାପ୍ତ ପ୍ରାତିଷ୍ଠାନିକ ପ୍ରତିକ୍ରିୟା ମୁଖ୍ୟ କାରଣ ।
Comments are closed.