Latest Odisha News

BREAKING NEWS

କଫିର ଏହି ମାସ୍କ କେଶକୁ କରିବ ମଜବୁତ୍..

ଭୁବନେଶ୍ବର : କିଛି ଜଣ ଅଛନ୍ତି ଯେଉଁ ମାନଙ୍କର ସକାଳୁ କଫି ପିଇବାର ଅଭ୍ୟାସ ରହିଛି । ତେବେ ଭଲ ସ୍ୱାସ୍ଥ୍ୟ ଓ ସୁନ୍ଦର ଫେସ୍ ପାଇଁ ମଧ୍ୟ କଫିର ଆବଶ୍ଯକତା ରହିଛି । ଏହି କଫିରେ ଏମିତି କିଛି ଗୁଣ ଅଛି ଯାହା ତ୍ବଚା ଓ କେଶର ସୁନ୍ଦରତା ବଢେଇବା ପାଇଁ ସାହାଯ୍ୟ କରିଥାଏ ।

ଆମେଜାଣିଛୁ କଫିରେ କାଫେଇନ୍ ରହିଛି ।  ଏହି କାଫେଇନ୍ କେଶର ସୁନ୍ଦରତା ବଢାଇବା ସହ କେଶକୁ ମଜବୁତ୍ ରଖିଥାଏ । ଏହା କେଶରେ ଚମକ ଆଣିଥାଏ  । କଫି ଏକ ପ୍ରକାରର ଭଲ କଣ୍ଡିସନର୍ ଓ ମସାଜର ଭାବେ କାମ କରିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ୍ କେଶ ମୁଳକୁ ସୁସ୍ଥ ରଖେ । ତେଣୁ ଆଜିକାଲି  କଫି ଅନେକ ସୌନ୍ଦର୍ଯ୍ଯ ପ୍ରଡକ୍ଟରେ ବ୍ୟବହାର କରାଯାଉଛି ।

ତେବେ ଆସନ୍ତୁ ଆଜି ଜାଣିବା ସୁନ୍ଦର କେଶ ପାଇଁ କଫିର ବ୍ୟବହାର..

କେଶର ଭଲ ଗ୍ରୋଥ୍ ପାଇଁ ଏପରି ବ୍ୟବହାର କରନ୍ତୁ:-  କଫି କେଶର ଗ୍ରୋଥ୍ ବଢାଏ ଓ କେଶକୁ କୋମଳ ମଧ୍ୟ ରଖିଥାଏ । ପ୍ରଥମେ ୧ ଚାମଚ କଫି ପାଉଡରେ ୨ ଚାମଚ ଅଲିଭ୍ ଅଏଲ୍ ଭଲଭାବରେ ମିଶାଇ ଏକ ପେଷ୍ଟ୍ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ସମ୍ପୂର୍ଣ୍ଣ କେଶରେ ଲଗାନ୍ତୁ ଓ କିଛି ସମୟ ମସାଜ୍ କରନ୍ତୁ । ୧୫ ରୁ ୩୦ ମିନିଟ୍ କେଶରେ ରଖିଲାପରେ ନର୍ମାଲ ପାଣିରେ ଧୋଇ ନିଅନ୍ତୁ । ଏପରି ସପ୍ତାହକୁ ଦୁଇ ଥର କରନ୍ତୁ । କିଛିଦିନ ପରେ ଦେଖିବେ କେଶର ଚମକ ବଢିଯାଇଛି ।

କେଶର କଲର୍ ପାଇଁ କଫିର ବ୍ୟବହାର:- ପ୍ରଥମେ କଫିକୁ ଫୁଟାଇଦେବେ । ଏହା ପରେ ଥଣ୍ଡା କରିବା ପାଇଁ ରଖିଦେବେ । ତାପରେ ସେଥିରେ ୧ଚାମଚ କଫି ପାଉଡର ଓ ୨ଚାମଚ ହେୟାର କଣ୍ଡିସନର ମିଶାଇବେ । ଏହି ମିଶ୍ରଣକୁ କେଶରେ ଲଗାଇବେ ଏବଂ ଗୋଟେ ଘଣ୍ଟା ପରେ ନର୍ମାଲ ପାଣିରେ ଧୋଇଦେବେ । ଧୀରେ ଧୀରେ କେଶର ରଙ୍ଗ ସୁନ୍ଦର ହେବାକୁ ଲାଗିବ ।

Leave A Reply

Your email address will not be published.