ଭୁବନେଶ୍ଵର: ରାଜ୍ୟରେ ଶିଶୁ ପୁଷ୍ଟିହୀନତା ନେଇ ବଡ ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଉତ୍ତର ରଖି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୯୮୭୭ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି । ସେଥିମଧ୍ୟରୁ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ଉତ୍କଟ ସ୍ଥିତି ରହିଛି । ଜିଲ୍ଲାରେ ସର୍ବାଧିକ ୧୦୭୫ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି ।
ଏହା ପରକୁ ରହିଛି ଅନୁଗୁଳ ଜିଲ୍ଲା ସେଠାରେ ୧୮୩ ଶିଶୁ ପୁଷ୍ଟିହୀନତାର ଶିକାର ହେଇଛନ୍ତି । ଏହା ପରେ ବଲାଙ୍ଗୀରରେ ୧୯୨, ବାଲେଶ୍ଵରରେ ୫୭୯, ବରଗଡ଼ରେ ୨୮୧, ଭଦ୍ରକରେ ୨୨୧, ବୌଦ୍ଧରେ ୪୮, କଟକରେ ୨୦୮, ଦେବଗଡ଼ରେ ୯୧, ଢେଙ୍କାନାଳରେ ୧୫୦, ଗଜପତିରେ ୩୧୭, ଗଞ୍ଜାମରେ ୫୯୫, ଜଗତସିଂହପୁରରେ ୬୯, ଯାଜପୁରରେ ୩୨୫, ଝାରସୁଗୁଡ଼ାରେ ୨୦୪, କଳାହାଣ୍ଡିରେ ୫୦୯, କନ୍ଧମାଳରେ ୨୭୧, କେନ୍ଦ୍ରାପଡ଼ାରେ ୧୫୧, କେନ୍ଦୁଝରରେ ୮୫୮, ଖୋର୍ଦ୍ଧାରେ ୨୦୦, କୋରାପୁଟରେ ୩୦୭, ମାଲକାନଗିରିରେ ୬୪୭, ନବରଙ୍ଗପୁରରେ ୪୯୦, ନୟାଗଡ଼ରେ ୨୦୪, ନୂଆପଡ଼ାରେ ୧୦୭, ପୁରୀରେ ୭୪, ରାୟଗଡ଼ାରେ ୪୪୦, ସମ୍ବଲପୁରରେ ୪୭୩, ସୁବର୍ଣ୍ଣପୁରରେ ୨୨୮, ସୁନ୍ଦରଗଡ଼ରେ ୩୮୦ ଜଣ ଶିଶୁ ପୁଷ୍ଟିହୀନତାର ଶିକାର ହୋଇଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ୬ ମାସରୁ ୫ ବର୍ଷର ଶିଶୁଙ୍କ ପୁଷ୍ଟି ଓ ସ୍ଵାସ୍ଥ୍ୟଗତ ଉନ୍ନତି ପାଇଁ ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକୃତ ସମସ୍ତ ଶିଶୁଙ୍କୁ ପ୍ରତି ମାସରେ ୨୫ ଦିନ ହିସାବରେ ୩୦୦ ଦିନ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ଏହି ଯୋଜନା ମାଧ୍ୟମରେ ଶିଶୁଙ୍କୁ ଛତୁଆ, ଅଣ୍ଡା, ଲଡୁ, ଶୁଖିଲା ରାସନ ଯୋଗାଇ ଦିଆଯାଉଛି ।
Comments are closed.