Latest Odisha News

BREAKING NEWS

କରୋନା ପଜିଟିଭ ଚିହ୍ନଟ ହେଲେ ଏହି ଲୋକପ୍ରିୟ ଟେଲି ଅଭିନେତ୍ରୀ

ମୁମ୍ବାଇ: ଟେଲି ସିରିଏଲ୍ ‘ଇଶ୍କବାଜ୍’ର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀନୁ ପାରିକ୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶ୍ରୀନୁ ଇନଷ୍ଟାଗ୍ରାମ ଜରିଆରେ ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି ଯେ, କିଛି ଦିନ ପୂର୍ବେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ବଡୋଦ୍ରା ସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବାକୁ ସେ ସମସ୍ତଙ୍କୁ ନିବେଦନ କରିବା ସହ ଏହି ବିପଦ ସମୟରେ ତାଙ୍କର ସେବା କରୁଥିବା କୋଭିଡ ଯୋଦ୍ଧା ମାନଙ୍କ ପ୍ରତି କୃତଜ୍ଞତା ମଧ୍ୟ ଜ୍ଞାପନ କରିଛନ୍ତି।

‘ଇସ୍ ପ୍ୟାର କୋ କାୟ ନାମ ଦୁ… (ଏକ ବାର୍ ଫିର୍)’, ‘ଏକ ଭ୍ରମ ସର୍ବଗୁଣ ସମ୍ପନ୍ନ’ ଏବଂ ‘ଇଶ୍କବାଜ୍’ ଭଳି ଲୋକପ୍ରିୟ ଟେଲିଭିଜନ ସିରିଏଲରେ ଶ୍ରୀନୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.