Latest Odisha News

BREAKING NEWS

ନିତା ଅମ୍ବାନୀଙ୍କ ଆଶ୍ୱାସନା: ଭାରତର କୋଣ ଅନୁକୋଣରେ ପହଞ୍ଚିବ କରୋନା ଭାକ୍ସିନ

ମୁମ୍ବାଇ: ଭାରତବାସୀଙ୍କୁ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ତଥା ପ୍ରତିଷ୍ଠାତା ନୀତା ଅମ୍ବାନୀଙ୍କ ଆଶ୍ୱାସନା । କୋଭିଡ ୧୯ ଟୀକା ଆସିବା ପରେ ଜିଓର ଡିଜିଟାଲ୍ ଭିତ୍ତିଭୂମିକୁ ବ୍ୟବହାର କରି ଦେଶର ପ୍ରତ୍ୟେକ କୋଣଅନୁକୋଣରେ ଏହାକୁ ପହଞ୍ଚାଯିବାର ବ୍ୟବସ୍ଥା କରାଯିବ।

ବୁଧବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ସଭାରେ ଯୋଗ ଦେଇ ନୀତା ଭାରତୀୟଙ୍କୁ ଏହି ଆଶ୍ୱାସନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବହୁ ସଂଖ୍ୟାରେ ପରୀକ୍ଷଣ ପାଇଁ ରିଲାଏନ୍ସ ଫାଉଣ୍ଡେସନ୍ ସରକାରଙ୍କ ସହ ସହଭାଗୀ ହେବାକୁ ଚାହୁଁଛି। “ମୁଁ ଆପଣଙ୍କୁ ନିଶ୍ଚିତ କରାଉଛି ଯେ, କରୋନାଭାଇରସ୍ ଟିକା ଉପଲବ୍ଧ ହେବା ମାତ୍ରେ ସମାନ ଡିଜିଟାଲ ଡିଷ୍ଟ୍ରିବୁସନ ଓ ସପ୍ଲାଏ ଚେନ ବ୍ୟବହାର କରି ଏହି ଟିକାକୁ ଆମ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚାଇବୁ ” ବୋଲି ନୀତା ନିଜ ବକ୍ତବ୍ୟରେ କହିଛନ୍ତି।

ଏହାପୂର୍ବରୁ ମଙ୍ଗଳବାର ଦିନ ଆଇସିଏମଆର ମହା ନିର୍ଦ୍ଦେଶକ ଡ. ବଳରାମ ଭର୍ଗାଭା ମନ୍ତବ୍ୟ ଦେଇ ଯେ, ଭାରତ ବିଶ୍ୱର ସବୁଠାରୁ ବଡ ଟିକା ଉତ୍ପାଦନକାରୀ ହୋଇଥିବାରୁ କରୋନାଭାଇରସ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପ୍ରଥମେ ଟିକା ବିକାଶ କରିବା ଦେଶର ନୈତିକ ଦାୟିତ୍ବ ଅଟେ।

Leave A Reply

Your email address will not be published.