Latest Odisha News

ଗାଁକୁ ସୁରକ୍ଷା ଦିଅନ୍ତି ମାଆ, ବିପଦ ଆସିବା ପୂର୍ବରୁ ଗ୍ରାମବାସୀଙ୍କୁ କରାନ୍ତି ସତର୍କ

ରାଜସ୍ଥାନ: ଆପଣ କେବେ ଶୁଣିଛନ୍ତି କି ଭଗବାନ କଥା କହୁଛନ୍ତି ? ଆପଣ ଏବେ ଭାବୁଥିବେ ଭଗବାନ ପୁଣି କଥା ହେଉଛନ୍ତି ? ତାହା ପୁଣି କେମିତି ? ହଁ, ଘଟଣାଟି ସତ । ରାଜସ୍ଥାନରେ ଏମିତି ଏକ ମୂର୍ତ୍ତି ଅଛି ଯେଉଁଠି ଭଗବାନ କଥା କୁହନ୍ତି ଓ ଗାଁକୁ କୌଣସି ବିପଦ ଆସିବା ପୂର୍ବରୁ ସତର୍କ ମଧ୍ୟ କରାଇଥାନ୍ତି । କେବଳ ସେତିକି ନୁହେଁ, ଗାଁରେ କୌଣସି ଚୋର ବା ଡ଼କାୟତ ଆସିଲେ ମାଆ ଜଣାଇ ଦେଇଥାନ୍ତି । ତାହାଦ୍ୱାରା ଲୋକମାନେ ଆଗୁଆ ସତର୍କ ହୋଇଯାଆନ୍ତି ।

ରାଜସ୍ଥାନ ନାଗୁରରେ ରହିଛି ବୁଗ୍ରି ମାତାଙ୍କର ପ୍ରତିମର୍ତ୍ତି । ହଜାର ବର୍ଷ ପୁରୁଣା ଏହି ପ୍ରତିମୂର୍ତ୍ତି ଏବେ ବୁଗ୍ରାଡା ଗାଁର ଏକ ପୋଖରୀ କୂଳରେ ଅବସ୍ଥିତ । ଏହି ବୁଗ୍ରି ପ୍ରତିମା ନିଜ ପାଟିରେ କଥା ହେଉଥିଲେ । ବୁଗ୍ରାଡା ଗ୍ରାମରେ କୌଣସି ଅଘଟଣ ଘଟିବା ପୂର୍ବରୁ ବୁଗ୍ରି ମାତା ଗ୍ରାମବାସୀଙ୍କୁ ଅବଗତ କରାଉଥିଲେ । ଯଦି କେବେ ଗାଁରେ ଡକାୟତ ଓ ଚୋରମାନେ ପ୍ରବେଶ କଲେ ଏହି ପ୍ରତିମୂର୍ତ୍ତି ପାଟିରେ ଜଣାଇ ଦେଉଥିଲେ । ଯେଉଁଥିପାଇଁ ପୁରା ଗାଁ ସତର୍କ ହୋଇ ଆସୁଥିଲା । ବର୍ତ୍ତମାନ ସେବା ଅଭାବରୁ ପ୍ରାୟ ୨୦ ବର୍ଷ ହେଲାଣି ମାଆ ଡାକିବା ବନ୍ଦ କରିଦେଇଛନ୍ତି । ତଥାପି ଗାଁରେ କୌଣସି ଅସୁବିଧା କରାଇ ଦିଅନ୍ତି ନାହିଁ ।

ଗ୍ରାମର ହରିଶ କୁମାର କହିଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କ ଶରୀର ଅସୁସ୍ଥ ଥାଏ, ତେବେ ମାଆଙ୍କ ପ୍ରତିମୂର୍ତ୍ତି ପରିକ୍ରମା କରିଲେ ଏହା ଭଲ ହୋଇଯାଏ । ମାଆଙ୍କ ମୂର୍ତ୍ତି ଉପରେ ସ୍କ୍ରିପ୍ଟ ଲେଖାଯାଇଛି, ଯାହା ପ୍ରତ୍ନତତ୍ତ୍ୱ ବିଭାଗ ମଧ୍ୟ ପଢିପାରିବ ନାହିଁ । ମାଆଙ୍କ ମୂର୍ତ୍ତି ଭୂମି ଭିତରେ ୬ ଫୁଟ ଏବଂ ଭୂମି ବାହାରେ ମାତ୍ର ୬ ଫୁଟ ଦୃଶ୍ୟମାନ ହୁଏ ।

Leave A Reply

Your email address will not be published.