Latest Odisha News

BREAKING NEWS

ଜଣେ କି ଦୁଇ ଜଣ ନୁହେଁ, ୩୬୫ ରାଣୀଙ୍କୁ ସମ୍ଭାଳୁଥିଲେ ଏହି ରାଜା, ଜାଣନ୍ତୁ କିଏ ସେ…

ଭୁବନେଶ୍ଵର: ଆପଣମାନେ ଶୁଣିଥିବେ ଯେ, ପୂର୍ବ କାଳରେ ରାଜା-ମହାରାଜା ମାନେ ଅନେକ ରାଣୀଙ୍କୁ ବିବାହ କରୁଥିଲେ । କିଏ ୨ଟି ତ କିଏ ୮ଟି । ସେ ତାଙ୍କର ଏହି ରଙ୍ଗୀନ ସ୍ୱଭାବ ପାଇଁ ମଧ୍ୟ ବେଶ୍ ଜଣାଶୁଣା ଥାଆନ୍ତି । କିନ୍ତୁ କଣ ଆପଣ ଏପରି ଜଣେ ରାଜାଙ୍କ ବିଷୟରେ ଜାଣିଛନ୍ତି କି ଯାହାର ୨ କି ୪ଟି ନୁହେଁ ୩୬୫ଟି ରାଣୀ ଥିଲେ ।ସେ ପ୍ରତ୍ୟେକ ଦିନ ପାଳି କରି ନିଜର ରାଣୀ ମାନଙ୍କ ସହିତ ସମୟ ବିତାଉଥିଲେ । ଏହିପରି ଭାବରେ, ସେ ବର୍ଷକ ୩୬୫ ଦିନ ସେ ୩୬୫ଜଣ ରାଣୀଙ୍କ ସହ ଭାଗ ବାଣ୍ଟିଦେଇଥିଲେ ।

ଏହି ରାଜାଙ୍କ ନାମ ଥିଲା ଭୁପିନ୍ଦର ସିଂ । ଭୁପିନ୍ଦର ସିଂ ପଟିଆଲାର ରାଜା ଥିଲେ। ଯେଉଁଠାରେ ସେ ପୁରା ୩୮ ବର୍ଷ ଅର୍ଥାତ୍ ୧୯୦୦ ରୁ ୧୯୩୮ ପର୍ଯ୍ୟନ୍ତ ସିଂହାସନରେ ରହି ଶାସନ କରିଥିଲେ । ୩୬୫ ରାଣୀଙ୍କ ଏକମାତ୍ର ରାଜା ଥିଲେ ଭୁପିନ୍ଦର । ଏହାଛଡା ତାଙ୍କର ୫୩ଜଣ ସନ୍ତାନ ମଧ୍ୟ ଥିଲେ । କିନ୍ତୁ ୩୬୫ ରାଣୀଙ୍କ ମଧ୍ୟରୁ ତାଙ୍କର ଅଧିକୃତ ରାଣୀଙ୍କ ସଂଖ୍ୟା ମାତ୍ର ୧୦ଥିଲା । ବିଶେଷ କଥା ଏହା ଯେ, ରାଜା ତାଙ୍କର ସମସ୍ତ ରାଣୀମାନଙ୍କ ପାଇଁ ବିଳାସପୂର୍ଣ୍ଣ ପ୍ରାସାଦ ନିର୍ମାଣ କରିଥିଲେ।

ରାଜା ଭୁପିନ୍ଦର ଏକ ବିଶେଷ ଉପାୟରେ ନିଷ୍ପତି ନେଉଥିଲେ ଯେ କେଉଁ ଦିନ କେଉଁ ରାଣୀଙ୍କ ସହ ରାତ୍ରୀ ଯାପନ କରିବେ । ଭୁପିନ୍ଦର ସିଂଙ୍କ ପ୍ରାସାଦରେ ଅନେକ ଲଣ୍ଠନ ଜଳାଯାଇଥିଲା, କିନ୍ତୁ ସେଥିରେ ଥିବା ୩୬୫ଟି ଲଣ୍ଠନ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା । ଏହି ଲଣ୍ଠନ ମାଧ୍ୟମରେ ହିଁ କେଉଁ ରାଣୀଙ୍କ ସହ ଭୁପିନ୍ଦର ସିଂ ରାତ୍ରୀ ଯାପନ କରିବେ ତାହା ସ୍ଥିର ହେଉଥିଲା । ବାସ୍ତବରେ ସେହି ୩୬୫ଟି ଲଣ୍ଠନରେ ୩୬୫ ରାଣୀଙ୍କ ନାମ ଲେଖାଯାଇଥିଲା । ଏପରି ପରିସ୍ଥିତିରେ ରାତିରେ ଜଳାଯାଇଥିବା ଲଣ୍ଠନର ବତୀ ଭିତରୁ ଯେଉଁ ରାଣୀଙ୍କ ନାମର ଲଣ୍ଠନର ବତୀ ପ୍ରଥମେ ଲିଭିବ ସେହି ରାଣୀଙ୍କ ସହ ରାଜା ରାତ୍ରୀ ଯାପନ କରିବେ । ଏହିପରି ଭାବରେ ପ୍ରତିଦିନ ସ୍ଥିର ହେଉଥିଲା ଯେ କେଉଁ ରାଣୀ ରାଜା ଆସନ୍ତାକାଲି ରାତ୍ରୀ ଯାପନ କରିବେ ।

କୁହାଯାଏ ଯେ ଭୁପିନ୍ଦର ସିଂ ହିଟଲରଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ। ଦିନେ ଭୁପିନ୍ଦର ସିଂ ଯେତେବେଳେ ଜର୍ମାନୀରେ ଥିଲେ ସେତେବେଳେ ହିଟଲର ରାଜା ଭୁପିନ୍ଦରଙ୍କୁ ତାଙ୍କ କାର ଉପହାର ସ୍ଵରୁପ ଦେଇଥିଲେ । ରଙ୍ଗୀନ ସ୍ଵଭାବ ପାଇଁ ପରିଚିତ ରାଜା ଭୁପିନ୍ଦରଙ୍କ କଥା ଦିୱାନ୍ ଜରମାନି ଦାସ ତାଙ୍କ ପୁସ୍ତକ ‘ମହାରାଜ’ରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.