Latest Odisha News

BREAKING NEWS

ମୁଣ୍ଡରେ ୩୧୯ କାଚଗ୍ଲାସ୍ ରଖି ବିଶ୍ୱ ରେକର୍ଡ

ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ସବୁକିିଛି କରିବାକୁ ପ୍ରସ୍ତତ । ପରବର୍ତ୍ତୀ ସମୟରେ ଏମିତି କିଛି କରି ଦେଖାନ୍ତି, ଯାହାକୁ ଦେଖିଲେ ବି ବିଶ୍ୱାସ କରିବା କଷ୍ଟକର ହୋଇପଡ଼େ । ନିକଟରେ ଜଣେ ବ୍ୟକ୍ତି ମୁଣ୍ଡରେ ୩୧୯ଟି କାଚଗ୍ଲାସ ରଖି ବିଶ୍ୱ ରେକର୍ଡ଼ କରିଛନ୍ତି । ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସାଇପ୍ରସର ପାଫୋସର ବାସିନ୍ଦା ଆରିଷ୍ଟୋଟେଲିସ ଭାଲୋରାଇଟିସ । ଗିନିଜ ୱାର୍ଲଡ ରେକର୍ଡସ (ଏଡଜ) ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଭାଲୋରାଇଟିସ ତାଙ୍କ ମୁଣ୍ଡରେ ୩୧୯ ଗ୍ଲାସ ରଖି ଧୀରେ ଧୀରେ ନାଚୁଥିବା ଦେଖାଯାଏ । ଭାଲୋରାଇଟିସ ସେହି କାଚଗ୍ଲାସ୍‌ଗୁଡ଼ିକୁ ତଳେ ପକାଇଥାନ୍ତି । ଯାହାଫଳରେ ସେଗୁଡ଼ିକ ଭାଙ୍ଗିଯାଏ । ଭାଲୋରାଇଟିସଙ୍କ ଏକ ଭିଡିଓ ପୋଷ୍ଟ କରି ଜିଡବ୍ଲ୍ୟୁଆର ଲେଖିଛି ‘ଆରିଷ୍ଟୋଟଲ୍ସ ଭାଲୋରାଇଟିସ୍ ତାଙ୍କ ମୁଣ୍ଡରେ ୩୧୯ କାଚ ଗ୍ଲାସ ବାଲାନ୍ସ କରି ରଖିଛନ୍ତି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ପ୍ରଥମେ ଭାଲୋରାଇଟିସ୍ ତାଙ୍କ ମୁଣ୍ଡରେ ଅନେକ ଗ୍ଲାସ ରଖିଛନ୍ତିି । ଅନ୍ୟ ଜଣେ ଯୁବକ ଟେବୁଲ ପାଖରେ ଠିଆ ହୋଇଛନ୍ତି, ଯିଏ ଭାଲୋରାଇଟସ୍‌ଙ୍କ ମୁଣ୍ଡରେ ଗ୍ଲାସ୍ ରଖୁଥିବାର ଦେଖାଯାଏ । ଯୁବକ ଜଣକ କରତାଳି ଦେଉଥିବାର ନଜର ଆସିଛନ୍ତି । ଏହି ସମୟରେ ଭାଲୋରାଇଟିସ ତାଙ୍କ ମୁଣ୍ଡରେ କାଚଗ୍ଲାସ ରଖି ଡ୍ୟାନ୍ସ କରୁଛନ୍ତିି । ଭିଡିଓ ଶେଷରେ ଭାଲୋରାଇଟିସ କିପରି ସେହି କାଚକୁ ତଳେ ପକାଉଛନ୍ତି ତାହା ମଧ୍ୟ ଦେଖିବାକୁ ମିଳିଛି । ଭାଲୋରାଇଟିସ ତାଙ୍କ ମୁଣ୍ଡରେ କାଚ ରଖି ଭାରସାମ୍ୟ ରକ୍ଷା କରିବା ପ୍ରଥମ ଥର ନୁହେଁ । ଏହାପୂର୍ବରୁ ସେ ୪୯ ଗ୍ଲାସ ମୁଣ୍ଡରେ ରଖି ରେକର୍ଡ ମଧ୍ୟ କରିଥିଲେ । ଏବେ ସେ ୩୧୯ କାଚଗ୍ଲାସ୍ ମୁଣ୍ଡରେ ରଖି ଆଉ ଏକ ରେକର୍ଡ କରିଛନ୍ତି । ଦୁଇଦିନ ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ ଭାଲୋରାଇଟିସ ଭିଡିଓ ସେୟାର କରିଛନ୍ତି ।

Leave A Reply

Your email address will not be published.